Only for Entertainment

ମହିଳାମାନଙ୍କୁ ପସନ୍ଦ ନୁହେଁ ପୁରୁଷମାନଙ୍କର ଏହି ତିନୋଟି କାର୍ଯ୍ୟ

Huffington Post
0 122

ମହିଳା ନିଜ ପାର୍ଟନରଙ୍କୁ ଯେତେ ଭଲପାନ୍ତୁ ନା କାହିଁକି ପୁରୁଷମାନଙ୍କର ଏହି ତିନୋଟି କାର୍ଯ୍ୟ ମହିଳାମାନଙ୍କୁ କେବେ ବି ପସନ୍ଦ ଆସିନଥାଏ । ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ଆସନ୍ତୁ ଜାଣିବା ପୁରୁଷମାନଙ୍କର କେଉଁ କାର୍ଯ୍ୟ ସବୁ ମହିଳାମାନଙ୍କୁ ପସନ୍ଦ ନୁହେଁ ।

  • ଘରର ପୁରା ଦାୟିତ୍ୱ ମହିଳାଙ୍କ ଉପରେ ଛାଡିଦେବା-
    ଅଧିକାଂଶ ପୁରୁଷ ଘର-ଗୃହସ୍ଥୀର ସମସ୍ତ ଦାୟୀତ୍ୱ ମହିଳାମାନଙ୍କର କର୍ତ୍ତବ୍ୟ ଭାବି ସେମାନଙ୍କ ଉପରେ ଛାଡି ଦେଇଥାନ୍ତି । ପୁରୁଷମାନଙ୍କର ଏହି ଅଭ୍ୟାସ ମହିଳାମାନଙ୍କୁ କେବେ ବି ପସନ୍ଦ ଆସିନଥାଏ । ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ଘରର ଧ୍ୟାନ ରଖିବା ଆବଶ୍ୟକ ।
  • ଓଦା ତଉଲିଆ ବିଛଣା ଉପରେ ପକାଇବା-
    ପ୍ରାୟତଃ ପୁରୁଷମାନେ ଗାଧୋଇବା ପରେ ଓଦା ତଉଲିଆ ବିଛଣା ଉପରେ ହିଁ ପକାଇଦେଇଥାନ୍ତି । ମହିଳାମାନେ ଏହାକୁ ଉଠାଇ ଠିକ୍ ଯାଗାରେ ରଖିଥାନ୍ତି । ଓଦା ତଉଲିଆ ରଖିବା ଦ୍ୱାରା ବିଛଣା ଓଦା ହୋଇଯାଇଥାଏ । ପୁରୁଷମାନଙ୍କର ଏହି ଖରାପ ଅଭ୍ୟାସ ମହିଳାମାନଙ୍କୁ ପସନ୍ଦ ନୁହେଁ ।
  • ବିଳମ୍ବରେ ଘରକୁୂ ଫେରିବା-
    ପୁରା ଦିନ କାମରେ ବ୍ୟସ୍ତ ରହିବା ପରେ ପତ୍ନୀମାନେ ଚାହିଁଥାନ୍ତି ନିଜ ପତିଙ୍କ ସହିତ କିଛି ସମୟ ବିତାଇବା ପାଇଁ । କିନ୍ତୁ ପୁରୁଷମାନେ ଡେରରେ ଆସିବା ଫଳରେ ସେମାନଙ୍କର ଏହି ଇଚ୍ଛା ପୁରା ହୋଇନଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More