Only for Entertainment

ଆନ୍ତର୍ଜାତିକ ଯୋଗ ଦିବସରେ ଜବାନଙ୍କ ସହ କୁକୁର ମଧ୍ୟ କଲେ ଯୋଗ, ଦେଖନ୍ତୁ ଭିଡିଓ ଏବଂ ଫଟୋ !

34

ଆଜି ବିଶ୍ୱ ପାଳିଛି ଯୋଗ ଦିବସ । ଝାଡଖଣ୍ଡର ରାଂଚିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଂଚିର ତାରା ମୈଦାନରେ ଆୟୋଜିତ ଯୋଗ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାମିଲ ହୋଇଛନ୍ତି ୩୦ ହଜାରରୁ ଅଧିକ ଲୋକ । ଏଥିରେ ଝାଡଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଯୋଗ କରିବା ପୂର୍ବରୁ ମୋଦି କହିଥିଲେ ଯୋଗ ହେଉଛି ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରତୀକ । ଯୋଗର ବାର୍ତା ସବୁ ସହର, ଗାଁ, ଆଦିବାସୀ ଲୋକଙ୍କ ପାଖରେ ପଂହଚାଇବାକୁ ମୋଦି ଅପିଲ କରିଥିଲେ ।

ବରଫ ପାହାଡ ଉପରେ ଯୋଗାସନ । ମାଇନସ୍ ଡିଗ୍ରୀ ତାପମାତ୍ରା ହୀମବୀରଙ୍କ ଯୋଗାଭ୍ୟାସ । ଇଣ୍ଡୋ ତିବଦ୍ଦିଆନ ବୋର୍ଡର ପୋଲିସର ଯବାନମାନେ ଲଦ୍ଦାଖ ପାହାଡ କ୍ଷେତ୍ର ଅଂଚଳରେ ମାଇନସ ୨୧ଡିଗ୍ରୀ ତାପାମାତ୍ରାରେ ଯୋଗାସନ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ବରଫ ପାହାଡ ଅଂଚଳରେ ସୀମା ସୁରକ୍ଷାରେ ଥିବା ହୀମବୀର ଯବାନମାନେ ଯୋଗ ଦିବସରେ ସମୂହ ଯୋଗ କରିବା ପାଇଁ ଦୀର୍ଘ ଦିନ ଧରି ପ୍ରସ୍ତୁତି କରିଥିଲେ । ସମୁଦ୍ର ପତନଠାରୁ ପ୍ରାୟ ୧୮ହଜାର ଫୁଟ ଉଚ୍ଚରେ ବୀରଯବାନ ମାନେ ଯୋଗର ବିଭିନ୍ନ ଆସନ କରିଛନ୍ତି । ସେହିପରି ସ୍ଥଳଭାଗରୁ ପ୍ରାୟ ୧୯ହଜାର ଫୁଟ ଉଚ୍ଚ ସିକ୍କିମ ପାହାଡ ଉପରେ ବି ଆସନ ପକାଇ ଯୋଗାଭ୍ୟାସ କରିଛନ୍ତି ଆଇଟିବିିପି ଯବାନ । ଏଠାରେ ତାପାମତ୍ରା ମାଇନସ ୧୫ଟିଗ୍ରୀ ରହିଥିବା ବେଳେ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଯୋଗାସନ କରିଛନ୍ତି ବୀର ଯବାନ ।

ଆନ୍ତର୍ଜାତିକ ଯୋଗ ଦିବସରେ ଅରୁଣାଚଳ ପ୍ରଦେଶରେ ଆଇଟିବିପିର ଜବାନ ଯୋଗ କରିଛନ୍ତି । ଏହି ମଉକାରେ ଜବାନ କୁକୁର ଏବଂ ଘୋଡା ସହ ଯୋଗ କରୁଥିବାର ନଜର ଆସିଛନ୍ତି ।

ସେହିପରି ଯୋଗ ଦିବସରେ ଆର୍ମି ଡଗ ୟୁନିଟର ଜବାନ ମଧ୍ୟ କୁକୁରଙ୍କ ସହ ଯୋଗ କରୁ୍ଥିବାର ନଜର ଆସିଛନ୍ତି । ଏଠାରେ ଜବାନଙ୍କ ସହ କୁକୁର ମଧ୍ୟ ଯୋଗ କରି ଫିଟନେସ ମନ୍ତ୍ର ଦେଉଥିବାର ନଜର ଆସିଛନ୍ତି ।

ସେହିଭଳି ଜମ୍ମୁରେ ଯୋଗ ଦିବସରେ ସୀମା ସୁରକ୍ଷା ବଳରେ ଡଗ ସ୍କ୍ୱାଡରେ ନିଜ ପ୍ରଶିକ୍ଷକଙ୍କ ସହ ଯୋଗ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More