Only for Entertainment

ପରୀକ୍ଷାରେ ନକଲ ରୋକିବା ପାଇଁ ଦେଶରେ ବନ୍ଦ କରାଗଲା ଇଣ୍ଟରନେଟ !

MercoPress
0 31

ପରୀକ୍ଷା ସମୟରେ ନକଲକୁ ରୋକିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଇଥାଏ । ହେଲେ ଆଲଜେରିୟାରେ ନକଲ ରୋକିବା ପାଇଁ ଦେଶରେ ଇଣ୍ଟରନେଟ ସେବା ବନ୍ଦ କରାଯିବା ଘଟଣା ଏବେ ସାମ୍ନାକୁ ଆସିଛି । ଖବର ଅନୁସାରେ ବୁଧବାର ଠାରୁ ଆଲଜେରିୟାରେ ହାଇସ୍କୁଲ ଡିପ୍ଲୋମା ପରୀକ୍ଷା ଆରମ୍ଭ ହୋଇଥବା ବେଳେ ପରୀକ୍ଷାର ପ୍ରଥମ ଦିନ ଇଣ୍ଟରନେଟ ବ୍ଲକଆଉଟ କରାଯାଇଥିଲା ।

ଦୁଇ ଘଣ୍ଟା ଧରି ଏହି ପରୀକ୍ଷା ଚାଲିଥିବା ବେଳେ ସମଗ୍ର ଦେଶରେ ମୋବାଇଲ ଏବଂ ଫିକ୍ସଡ ଇଣ୍ଟରନେଟ ବନ୍ଦ ରହିଥିଲା । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏହି ପଦକ୍ଷେପ ନେଇଥିଲେ ଟେଲିକମ ଆସୋସିଏସନ । ସୂଚନା ଅନୁସାରେ ଏହି ପରୀକ୍ଷା ସୋମବାର ପର୍ଯ୍ୟନ୍ତ ଚାଲିବ । ପାଖାପାଖି ୭ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ଗତବର୍ଷ ଏହି ପରୀକ୍ଷା ଏହି ପରୀକ୍ଷା ସମୟରେ ବହୁ ମାତ୍ରାରେ ନକଲ ହୋଇଥିଲା । ଏହା ସରକାରଙ୍କୁ ବ୍ୟଥିତ କରିଥିଲା ।

ଟେଲିକମ ଆସୋସିଏସନର ଅଲୀ କହଲାନେଙ୍କ କହିବା ଅନୁସାରେ ଚଳିତ ବର୍ଷ ଯେପରି ନକଲକୁ କଡାକଡି ରୋକାଯିବ ସେଥିପାଇଁ ସରକାର ଆମକୁ ଇଣ୍ଟରନେଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଟରନେଟ ସେବା ବନ୍ଦ କାରଣକୁ ପ୍ରଶ୍ନପତ୍ର ପ୍ରଘଟରୁ ରୋକା ଯାଇପାରିବା ବୋଲି ଦେଶର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More