Only for Entertainment

ଲତା ମଙ୍ଗେସକରଙ୍କ ଗୋଟିଏ ଗୀତରେ ମିଳିଲା ରାନୁଙ୍କୁ ନିଜ ଝିଅ, ୧୦ବର୍ଷରୁ ନଥିଲା ସମ୍ପର୍କ !

94

ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଥିବା ରାଣାଘାଟ ଷ୍ଟେସନରେ ଗୀତ ଗାଇ ରାତାରାତି ଚର୍ଚ୍ଚିତ ହୋଇଥିଲେ ରାନୁ ମଣ୍ଡଲ । ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ଅତିନ୍ଦ୍ର ଚକ୍ରବର୍ତ୍ତୀ ରାନୁଙ୍କ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ରାନୁ ବଲିଉଡ୍‌ ଗୀତ ‘ଏକ ପ୍ୟାର୍‌ କା ନଗମା ହେ…..’ ଗାଉଥିବାର ଭିଡିଓ ଦେଖି ଲୋକେ ତାଙ୍କୁ ବଲିଉଡ୍‌ର କୋକିଳକଣ୍ଠି ଲତା ମଙ୍ଗେସକରଙ୍କ ସହ ତୁଳନା କରିଥିଲେ । କିଛି ଦିନ ମଧ୍ୟରେ ସେ ସାରା ଦେଶରେ ଚର୍ଚ୍ଚାର ବିଷୟ ବନିଯିବା ସହ ତାଙ୍କର ମେକ୍‌ଓଭରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

ଏବେ ତାଙ୍କୁ ନେଇ ଆଉ ଏକ ଭଲ ଖବର ସାମ୍ନାକୁ ଆସିଛି । ୧୦ବର୍ଷ ହେଲାଣି ସଂପର୍କରେ ନ ଥିବା ରାନୁଙ୍କ ଝିଅ ଆସି ତାଙ୍କୁ ଭେଟିଥିବା ଜଣାପଡ଼ିଛି । ରାନୁଙ୍କ ଅନୁଯାୟୀ, ଏହା ମୋର ଦ୍ୱିତୀୟ ଜୀବନ ଏବଂ ମୁଁ ଏହାକୁ ଆହୁରି ଭଲ ଭାବେ ବଞ୍ଚିବାକୁ ଚେଷ୍ଟା କରିବି । ତେବେ ରାନୁଙ୍କ ଭାଇରାଲ ଭିଡିଓ ପରେ ତାଙ୍କୁ ବିଭିନ୍ନ ଫିଲ୍ମ ପ୍ରଡକ୍ସନ ହାଉସ, ରେଡିଓ ଚ୍ୟାନେଲ ଓ ସ୍ଥାନୀୟ କ୍ଲବ୍‌ରୁ ଫୋନ କଲ ଆସିବା ଆରମ୍ଭ ହୋଇ ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More