Only for Entertainment

ବିରାଟଙ୍କୁ ଦେଖା କରିବାକୁ ବେଙ୍ଗାଲୁରୁ ପହଂଚିଲେ ଅନୁଷ୍କା, ଫଟୋ ହେଲା ଭାଇରାଲ !

firstpost
0 54

ଆଇପିଏଲ ସିଜନ ଆରମ୍ଭ ହୋଇସାରିଲାଣି । ଗୋଟେ ତରଫରେ ଖେଳାଳୀ ଚାମ୍ପିଅନ ପାଇଁ ପରିଶ୍ରମ କରିବାରେ ଲାଗିଛନ୍ତି ଏବଂ ଅନ୍ୟ ତରଫରେ ଫ୍ୟାମିଲି ସହ ମଧ୍ୟ ନଜର ଆସୁଛନ୍ତି । ଗୋଟେ ପଟେ ଧୋନୀଙ୍କ ପତ୍ନୀ ସାକ୍ଷୀ ଚେନ୍ନାଇକୁ ସପୋର୍ଟ କରଛନ୍ତି ଏବଂ ଅନ୍ୟ ପଟେ ଭୁବନେଶ୍ୱର କୁମାର, ଅଶ୍ୱିନ ଏବଂ ରାହେଣଙ୍କ ପତ୍ନୀ ଗ୍ରାଉଣ୍ଡରେ ନଜର ଆସିଛନ୍ତି ।

ମାତ୍ର ଫ୍ୟାନ୍ସଙ୍କର ଅପେକ୍ଷା ରହିଛି ବିରାଟଙ୍କ ଲକି ଚ୍ୟାମ୍ପର ଅପେକ୍ଷା । ସେ ଆଉ କେହି ନୁହଁନ୍ତି ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । କିନ୍ତୁ ଫ୍ୟାନ୍ସଙ୍କର ଏହି ଅପେକ୍ଷାର ଅନ୍ତ ଘଟିଛି କାରଣ ବିରାଟଙ୍କୁ ଦେଖା କରିବା ଲାଗି ଅନୁଷ୍କା ବେଙ୍ଗାଲୁରୁ ପହଂଚିଛନ୍ତି । ସେ ବିରାଟଙ୍କ ସମୟ ଅତିବାହିତ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।

ରୟାଲ ଚାଲେଂଜର୍ସ ବେଙ୍ଗାଲୁରୁର କ୍ୟାପଟେନ ବିରାଟ କୋହଲି ପ୍ରଥମ ମ୍ୟାଚ କୋଲକତା ନାଇଟ ରାଇଡର୍ସଙ୍କ ବିପକ୍ଷରେ ହାରିଥିଲେ । ଦୁହେଁ ସମୟ ଅତିବାହିତ କରିବା ଲାଗି ହୋଟେଲରେ ପହଂଚିଥିଲେ ଏବଂ ହୋଟେଲରେ ଡିନର କରିବା ଭିଡିଓ ମଧ୍ୟ ଇନ୍ଷ୍ଟାରେ ଆସିସାରିଛି । ଏବେ ଆରସିବିର ଆଗାମୀ ମ୍ୟାଚରେ ଅନୁଷ୍କା ନଜର ଆସିପାରନ୍ତି ବୋଲି ଅନୁମାନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More