Only for Entertainment

ଗାର୍ଡ ରୂପେ କାର୍ଯ୍ୟରତ ଥିବା ପ୍ରଥମ ଆଇପିଏଲ ଖେଳାଳୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ !

khabar ndtv
0 35

ଆଇପିଏଲ ୨୦୧୮ନିଲାମୀରେ ଜମ୍ମୁ କଶ୍ମୀରର ମଂଜୁର ଡାରଙ୍କୁ ବଛାଯିବା ଆତଙ୍କବାଦ ପ୍ରଭାବିତ କଶ୍ମୀର ଘାଟି ପାଇଁ ଖୁସି ନେଇ ଆସିଛି । ଆଇପିଏଲ ନିଲାମୀରେ କିଙ୍ଗସ୍ ଇଲେବେନ ପଞ୍ଜାବ ଟିମ ୨୦ଲକ୍ଷ ଟଙ୍କାରେ ମଂଜୁରଙ୍କୁ କିଣିଛନ୍ତି । ମଂଜୁର ପୂର୍ବରୁ ସୟଦ ମୁସ୍ତାଖ ଅଲ୍ଲୀ ଟି୨୦ ଟ୍ରଫିରେ ଖେଳିଥିଲେ ।

manzoor-dar_650x400_71517550922

ମଂଜୁର ଅନେକ ସଂଘର୍ଷ ପରେ କ୍ରିକେଟରେ ନିଜର ପରିଚୟ ବନାଇ ପାରିଛନ୍ତି । ତାଙ୍କୁ ଏହି ପ୍ରତିଷ୍ଠିତ ଟିମରେ ବଛାଯାଇଥିବାରୁ କଶ୍ମୀର ଘାଟିରେ ଉତ୍ସାହ ଭରି ହୋଇଯାଇଛି । ଦିଲ୍ଲୀ ଡେୟାରଡେଭିଲ୍ସଙ୍କ ବିପକ୍ଷରେ କିଙ୍ଗସ ଇଲେଭେନ ପଞ୍ଜାବରେ ମଂଜୁରଙ୍କୁ ଖେଳିବା ପାଇଁ ଅନୁମତି ଦେଇନଥିଲେ । ମାତ୍ର ଟିମ ତାଙ୍କୁ ପ୍ଳେଇଂଗ ଇଲେଭେନରେ ନେବା ଲାଗି ବିଚାର କରିଛନ୍ତି ।

ଗୌରବର ବିଷୟ ଏହା ଯେ ସେ ତାଙ୍କ ଜୀବନ କାଳରେ ଅନେକ ସଂଘର୍ଷ କରିଛନ୍ତି । ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଗାର୍ଡ ରୂପେ ମଞ୍ଜୁର ନାଇଟ ଡ୍ୟୁଟି କରୁଥିଲେ । ଏହାପରେ ମଧ୍ୟ ସେ କ୍ରିକେଟ ଖେଳିବା ଜାରି ରଖିଥିଲେ ଏବଂ କ୍ଲବ କ୍ରିକେଟ ମ୍ୟାଚରେ ଭଲ ପ୍ରଦର୍ଶନ କରି ଖୁବ ପ୍ରଶଂସା ପାଇଥିଲେ । ଏହି କାରଣରୁ ତାଙ୍କର ଲକ୍ଷ୍ୟ ଥିଲା ଅଧିକରୁ ଅଧିକ ମ୍ୟାଚ ଖେଳିବା ଯାହାଦ୍ୱାରା ତାଙ୍କୁ ଅଧିକ ଟଙ୍କା ମିଳୁଥିଲା । ତାଙ୍କର ପ୍ରଥମ କ୍ଲବ ମ୍ୟାଚ ସମୟରେ ତାଙ୍କ ପାଖରେ ଜୋତା ଏବଂ କୌଣସି ଖେଳିବା ପାଇଁ ଆସବାବପତ୍ର ମଧ୍ୟ ନଥିଲା ବୋଲି ମଂଜୁର ଏକ ସାକ୍ଷାତକାରରେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More