Only for Entertainment

ମ୍ୟାଚ ଜିତିବା ଦେଖି କାନ୍ଦି ପକାଇଲେ ପ୍ରୀତି, ଭାଙ୍ଗଡା କରିବାକୁ ଲାଗିଲେ ରାହୁଲ ।

jansatta
0 91

ଇଣ୍ଡିଆନ ପ୍ରିମିଅର ଲିଗ ସିଜନ୧୧ର ୩୮ତମ ମ୍ୟାଚରେ କିଙ୍ଗସ ଇଲେଭେନ ପଞ୍ଜାବ ଏବଂ ରାଜସ୍ତାନ ରୟାଲ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଇନ୍ଦୋର ସ୍ଥିତ ହୋଲକର କ୍ରିକେଟ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ ଟିମ କେଏଲ ରାହୁଲଙ୍କ ଧୁଆଁଧାର ପରଫର୍ମାନ୍ସ ଯୋଗୁଁ ୬ୱିକେଟରେ ଗତକାଲି ମ୍ୟାଚ ଜିତିଛନ୍ତି । ରାହୁଲ ୫୪ବଲରେ ୮୪ରନ କରି ଟିମକୁ ଜିତାଇଥିଲେ । ଟିମ ଜିତିବା ପରେ କିଙ୍ଗସ ଇଲେଭନ ପଞ୍ଜାବର ମାଲିକାଣୀ ପ୍ରୀତି ଜିଂଟା ଭାବବିହ୍ୱଳ ହୋଇପଡିଥିଲେ ଏବଂ ଖୁସିରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ।

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଦେଖିବାକୁ ମିଳିଛି ଟିମ ଜିତିବା ପରେ କିଭଳି ପ୍ରୀତି ଭାବୁକ ହୋଇପଡିଛନ୍ତି । ସେହିଭଳି କେଏଲ ରାହୁଲ ଖୁସିରେ ପଡିଆରେ ଭାଙ୍ଗଡା କରୁଥିବାର ନଜର ଆସିଛନ୍ତି । ଭିଡିଓରେ ପରିଷ୍କାର ଦେଖିବାକୁ ମିଳିଛି ଯେ କିଭଳି ଟିମ ଜିତିବା କାରଣରୁ ସେ କେତେମାତ୍ରାରେ ଖୁସି ଅଛନ୍ତି । ଏହାପରେ କ୍ରିସଗେଲ ପଡିଆ ମଧ୍ୟକୁ ଦଉଡି ଯାଇ ଖୁସିରେ ରାହୁଲଙ୍କୁ କୁଣ୍ଢାଇ ପକାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More