Only for Entertainment

ଆପିଏଲ ପୂର୍ବରୁ ମସ୍ତି ମୁଡରେ ବିରାଟ ଏବଂ ଚହଲ, ମ୍ୟାକକୁଲମଙ୍କ ସହ ଲଗାଇଲେ ଠୁମକା

Hindustan Times
0 52

ଆପିଏଲ ସିଜିନ-୧୧, ୭ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଏହା ସହିତ କ୍ରିକେଟର ଏବଂ ଫ୍ୟାନମାନଙ୍କ ମସ୍ତି ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଅନ୍ୟପକ୍ଷେ ଭାରତର ଷ୍ଟାର କ୍ରିକେଟର ବିରାଟ କେହଲିଙ୍କ ଆରସିବି ଟିମ ୮ ଏପ୍ରିଲକୁ ଏହି ସିଜିନର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ତେବେ ଆପିଏଲ ଆରମ୍ଭ ହେବା ପୂର୍ବରୁ କ୍ୟାପଟେନ କେହଲି ନିଜ ସାଥୀ ଖେଳାଳୀଙ୍କ ସହିତ ସସ୍ତି କରିବାର କୌଣସି ସୁଯୋଗକୁ ହାତଛଡା କରୁନାହାନ୍ତି ।

ନିକଟରେ ଯୁଜବେନ୍ଦ୍ର ଚହଲ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ବିରାଟ କେହଲି ଏବଂ ବ୍ରେଣ୍ଡନ ମ୍ୟାକକୁଲମଙ୍କ ସହିତ ଠୁମକା ଲଗାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ସୂଚନା ଅନୁସାରେ ଆରସିବି ୮ ଏପ୍ରିଲକୁ କେକେଆର ବିପକ୍ଷରେ ମଇଦାନକୁ ଓହ୍ଲାଇବ । ଆରସିବି ଏପର୍ଯ୍ୟନ୍ତ ଚମ୍ପିୟନ ହୋଇପାରିନଥିବା ବେଳେ ଏଥର ବିରାଟ ଟିମକୁ ଏହି ସଫଳତା ଦେବେ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More