Only for Entertainment

ପ୍ରୀତି ଜିଂଟା ଏହି କ୍ରିକେଟରଙ୍କ ସହିତ ଏଭଳି କଥା ହେଲେ କନଫ୍ୟୁଜ ହୋଇଗଲା ଇଂଟରନେଟ । ଭିଡ଼ିଓ ଭାଇରାଲ ।

ndtv
47

ଆଇପିଏଲ ୨୦୧୯ରେ ଖେଳୁଥିବା କିଙ୍ଗସ ଇଲେଭନ ପଂଜାବର କୋ ଓନର ପ୍ରୀତି ଜିଂଟା ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଛନ୍ତି ଯାହା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ସାଜିଛି । ଏହି ଭିଡ଼ିଓରେ ପ୍ରୀତି ଗେନ୍ଦବାଜ ମୁଜିବ ଉର ରେହମନଙ୍କ ସହିତ ତାଙ୍କ ଭାଷାରେ କଥା ହେଉଥବାର ନଜର ଆସିଛନ୍ତି । ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ଶେୟାର କରି ପ୍ରୀତି ଜିଂଟା ଲେଖିଛନ୍ତି ପଂଜାବରେ ଶେଷ ମ୍ୟାଚ ପରେ ମୁଜିବ ସହିତ ମୋର ଭାଷା କୌଶଳ । ଏହା ସହିତ ଲେଖିଛନ୍ତିକି କେହି ଅନୁମାନ କରି ପାରୁଛନ୍ତି କି ଆମେ କେଉଁ ଭାଷାରେ କଥା ହେଉଛୁ? ଭାବ ଭାବ । ଏବଂ କୁହ ଆମେ କ’ଣ କଥା ହେଉଛୁ?

ଏହି ଭାଷାରେ ଲୋକ କନଫ୍ୟୁଜ ହୋଇଥିବାର ଦେଖିବାକୁ ମିଳିଛି । କିନ୍ତୁ ଟ୍ୱିଟରକୁ ଏହାର ଉତ୍ତର ମିଳିସାରିଛି । କାରଣ ପ୍ରୀତି ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଂଟରେ ମଧ୍ୟ ଏହି ଭିଡ଼ିଓ ଶେୟାର କରିଥିଲେ । ଯେଉଁଥିରେ ଲୋକ କମେଂଟରେ ଲେଖିଛନ୍ତି ଏହା ଆଫଗାନି ଭାଷା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More