Only for Entertainment

ଭାଇରାଲ ହେଲା ସିଏସକେ କ୍ୟାପଟେନ ମାହିଙ୍କ ଭିଡିଓ,ମାହିଙ୍କ ବ୍ୟବହାରକୁ ସୋସିଆଲ ମିଡିଆରେ ପ୍ରଶଂସା କଲେ ପ୍ରଶଂସକ !

27

ସୋସିଆଲ ମିଡ଼ିଆରେ ଭାଇରାଲ ହେଲା କ୍ୟାପଟେନ କୁଲଙ୍କ ଭିଡ଼ିଓ । ଭିଡ଼ିଓରେ ଜଣେ ବୈଜଷ୍ଠ ମହିଳା ଏବଂ ଯୁବତୀ ଫ୍ୟାନ୍ସଙ୍କ ସହ ନଜର ଆସିଲେ ଧୋନି । ଗତକାଲି ୱାଙ୍ଖଡେ ଷ୍ଟାଡିୟମରେ ଆଇପିଏଲ ମ୍ୟାଚରେ ୩୭ ରନ୍ରେ ମୁମ୍ବାଇ ଇଣ୍ଡିଆନ, ଚେନ୍ନାଇ ସୁପର କିଙ୍ଗକୁ ହରାଇଥିଲା । ହେଲେ ମ୍ୟାଚ ପରେ ଧୋନିଙ୍କ ସହିତ କିଛି ଏଭଳି ଘଟଣା ଘଟିଥିଲା ଯାହା ଧୋନିଙ୍କୁ ବେଶ ଖୁସି ଦେଇଥିଲା । ଜଣେ ବୈଜଷ୍ଠ ମହିଳା ହାତରେ ଫ୍ଲାଗକାର୍ଡ଼ ଧରି ଧୋନିଙ୍କୁ ଭେଟିବା ପାଇଁ ଠିଆ ହୋଇଥିଲେ । ଫ୍ଲାଗକାର୍ଡ଼ରେ ଲେଖା ଥିଲା ସେ ସେଠାକୁ ଧୋନିଙ୍କ ପାଇଁ ଆସିଛନ୍ତି । ଏସବୁ ଦେଖିବା ପରେ ଧୋନି ତୁରନ୍ତ ତାଙ୍କ ଫ୍ୟାନ୍ସଙ୍କ ପାଖରେ ପହଂଚି ଯାଇଥିଲେ ।

ବୈଜଷ୍ଠ ମହିଳାଙ୍କ ସହ ତାଙ୍କ ନାତୁଣୀ ମଧ୍ୟ ଆସିଥିଲେ । ଯିଏ ଧୋନିଙ୍କୁ ଦେଖିବା ମାତ୍ରେ ପାଦ ଛୁଇଁ ପ୍ରଣାମ କରିଥିଲେ । ଧୋନି ତାଙ୍କୁ ଆର୍ଶିବାଦ ମଧ୍ୟ ଦେଇଥିଲେ । ଏହା ପରେ ବୈଜଷ୍ଠ ମହିଳା ଓ ତାଙ୍କ ନାତୁଣୀଙ୍କ ସହ ସେଲଫି ନେବା ସହ ଉଭୟଙ୍କ ମଧ୍ୟରେ କିଛି ବାର୍ତାଳପ ହୋଇଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି । ଏହା ସହ ଧୋନିଙ୍କ ବ୍ୟବହାରକୁ ଫ୍ୟାନ୍ସ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More