Only for Entertainment

ଆଇପିଏଲ ୨୦୧୯: ଧୋନିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହାଁନ୍ତି ଫ୍ୟାନ୍ସ, କହିଲେ-‘ମୋଦି କିମ୍ବା ରାହୁଲ ନୁହେଁ ମାହିଙ୍କୁ କର ପିଏମ’

dnaindia
37

ଏମଏସ ଧୋନି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ଜବରଦସ୍ତ ଖେଳି ଫ୍ୟାନ୍ସଙ୍କୁ ଗର୍ବିତ କରିଛନ୍ତି । କିନ୍ତୁ ଧୋନିଙ୍କ ଧୂଆଦାର ପାଳି ସତ୍ୱେ ଚେନ୍ନାଇ ଏହି ମ୍ୟାଚକୁ ମାତ୍ର ୧ ରନରେ ହାରିଯାଇଛି । ଏହି ରୋମାଞ୍ଚକର ମ୍ୟାଚରେ ଧୋନି ଜବରଦସ୍ତ ପାଳି ଖେଳି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ।

କାହାକୁ ମଧ୍ୟ ଭରସା ନଥିଲା ଚେନ୍ନାଇ ଏହି ମ୍ୟାଚକୁ ଏତେ ପାଖକୁ ନେଇ ଆସିବ । କିନ୍ତୁ ଧୋନିଙ୍କ ୮୪ ରନ ପାଇଁ ଏହି ମ୍ୟାଚ ରୋମାଞ୍ଚକର ହୋଇଯାଇଥିଲା । ଧୋନି ମାତ୍ର ୪୮ ବଲରେ ୫ ଚଉକା ଏବଂ ୭ଟି ଛକା ମାରିଥିଲେ । ଧୋନିଙ୍କ ଏହି ସୁନ୍ଦର ପାଳି ପରେ ଫ୍ୟାନ୍ସ ସୋସିଆଲ ମିଡିଆରେ ଏକ ଅନୋଖା ଟ୍ୱିଟ କରୁଛନ୍ତି । ଦେଶରେ ଏବେ ଲୋକସଭା ନିର୍ବାଚନ ଚାଲୁଥିବା ବେଳେ ଫ୍ୟାନ୍ସ ଧୋନିଙ୍କ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ଚାହୁଁଛନ୍ତି । ଫ୍ୟାନ୍ସ ଚଟ୍ୱି କରି କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ମେଦି କିମ୍ବା ରାହୁଲ ନୁହେଁ ମାହିଙ୍କୁ କର । ଲୋକେ ଟ୍ୱିଟରେ ୰ଊଷକ୍ଟଦ୍ଭସୠକ୍ଟକ୍ସଚଗ ସହିତ ଟିବିଟ କରୁଛନ୍ତି ।

ଦେଖନ୍ତୁ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More