Only for Entertainment

ଇରଫାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର,ଶୀଘ୍ର ଭଲ ହୋଇ ଫେରିବେ ଏବଂ ଏହି ଫିଲ୍ମରେ ନଜର ଆସିବେ ।

amarujala
0 78

ଇରଫାନ ଖାନ ଗତ କିଛି ଦିନ ହେବ ଚିକିତ୍ସାଧୀନ ଅଛନ୍ତି । ଏବେ ସେ ଲଣ୍ଡନରେ ଚିସିସô୍ିତ ହେଉଛନ୍ତି । ତେବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଅଛିଯେ ଇରଫାନ ଧୀରେ ଧୀରେ ଭଲ ହେଉଛନ୍ତି । ତେବେ ଏହି ବିଷୟରେ ସୂଚନା ଅନ୍ୟ କେହି ନୁହଁନ୍ତି ବରଂ ତାଙ୍କ ସହିତ କାମ କରିଥିବା ନିର୍ଦ୍ଦେଶକ ସୁଜିତ ସରକାର ଦେଇଛନ୍ତି ।
ବାସ୍ତବରେ ସୁଜିତ ସରକାର ତାଙ୍କର ଆଗାମୀ ଫିଲ୍ମ ‘ଉଦ୍ଧମ ସିଂ’ ଉପରେ କାମ କରୁଛନ୍ତି । ଏଥିପାଇଁ ସେ ଇରଫାନଙ୍କୁ କହିଥିଲେ ଏବଂ ଇରଫାନ ମଧ୍ୟ ରାଜି ଅଛନ୍ତି । ତେବେ ଏହା ପୂର୍ବରୁ ସୁଜିତ ସରକାରଙ୍କ ଫିଲ୍ମ ‘ପିକୁ’ରେ ଇରଫାନ ଖାନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏବେ ପୁଣିଥରେ ଦୁଇଜଣ ଏକା ସାଙ୍ଗରେ ନଜର ଆସିବେ । ତେବେ ଇଣ୍ଡିଆନ ଏକ୍ସପ୍ରେସ ସହିତ କଥା ହେଉଥିବା ସମୟରେ ସୁଜିତ ସରକାର ଏହି ସୂଚନା ଦେଇଛନ୍ତି । ତାଙ୍କ ଆଗାମୀ ଫିଲ୍ମରେ ଇଣଫାନ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମର ସୁଟିଂ ବର୍ଷର ଶେଷ ସମୟକ୍ୁ ହେବ । ତେବେ ସୁଜିତଙ୍କୁ ଇରଫାନଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧରେ ପଚାରିବାରୁ କହିଲେଯେ ସେ ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି । ତେବେ ନିହାତି ଭାବରେ ଏହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ।

କିଛି ଦିନ ପୂର୍ବରୁ ଇରଫାନ କହିଥିଲେଯେ ସେ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମରରେ ପିଡ଼ିତ । ତେବେ ସେ ଖୁବଶୀଘ୍ର ଫିଲ୍ମରେ ନଜର ଆସିବେ ଜାଣିବା ପରେ ଏହା ମଧ୍ୟ ସଂପୂର୍ଣ୍ଣ ଜଣାପଡ଼ୁଛିଯେ ସେ ଖୁବଶୀଘ୍ର ସୁସ୍ଥହୋଇ ଫେରିବେ । ତେବେ ‘ଉଧମ ସିଂ’ ବାୟୋପିକରେ କାମ କରିବା ସୁଜିତ ସରକାରଙ୍କ ଡିମ ପ୍ରୋଜେକ୍ଟ । ସେ ଗତ ୧୮ର ୧୯ ବର୍ଷ ଧରି ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଏହା ସ୍ୱାଧୀନତା ପୂର୍ବ ସମୟ ଉପରେ ଆଧାରିତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More