Only for Entertainment

ରିଲିଜ ହେଲା ‘ବ୍ଲାକମେଲ’ ଟିଜର । ଦେଖିବାକୁ ମିଳିବ ଇରଫାନଙ୍କ ନିଆରା ଅନ୍ଦାଜ !

the indian express
0 48

ପ୍ରେମ ଏବଂ ସନ୍ଦେହ ଉପରେ ଆଧାରିତ, ବଲିଉଡ ଅଭିନେତା ଇରଫାନ ଖାନଙ୍କ ଅଭିନୀତ ଏବଂ ଅଭିନୟ ଦେବଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ଲାକ ମେଲ’ର ଟିଜର ଆଜି ରିଲିଜ ହୋଇଛି । ଫିଲ୍ମର ଏହି ଛୋଟ ଟିଜରରେ ଇରଫାନ ଖାନ ଅଯୌକ୍ତିକ ବସ୍ତ୍ରରେ ନଜର ଆସିଛନ୍ତି । ପ୍ରଥମଥର ପାଇଁ ଇରଫାନ ଖାନଙ୍କୁ ଏଭଳି ଲୁକରେ ଦେଖିବାକୁୂ ପାଇବେ ଦର୍ଶକ ।

ଫିଲ୍ମର ଟିଜର ଏତେ ରୋମାଂଚକର ହୋଇଛି ଯେ ଫିଲ୍ମଟି କେତେ ଭଲ ହୋଇପାରେ ଏଥିରୁ ଆପଣ ମାନେ ଅନ୍ଦାଜ ଲଗାଇ ପାରୁଥିବେ । ତେବେ ବିଶେଷ ସୂତ୍ରରୁ ପ୍ରକାଶ ଯେ ଫିଲ୍ମର ଟ୍ରେଲର ଫେବୃଆରୀ ୨୦ ସୁଦ୍ଧା ରିଲିଜ ହେବ ।

ନିଜର ବହୁମୁଖୀ ଅନ୍ଦାଜ ପାଇଁ ପ୍ରସିଦ୍ଧ ଇରଫାନ ଖାନ ବକ୍ସର ସର୍ଟସ୍ରେ ମହିଳାଙ୍କ ପେପର ବ୍ୟାଗରେ ନିଜ ଚେହେରା ଲୁଚାଇଥିବା ଦେଖିବାକୁ ମିଳିଛି ଏବଂ ଏଥିମଧ୍ୟରୁ ଅଧିକ ମଜାଦାର ହେଉଛି ପେପର ବ୍ୟାଗରେ ଆଖି ପାଖରେ ହୋଇଥିବା ଦୁଇଟି ଗାତ । ଦେଖନ୍ତୁ ଏହି ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More