Only for Entertainment

କର୍କଟ ରୋଗରୁ ରକ୍ଷା ପାଇଲେ ଇରଫାନ, ଏହି ଫିଲ୍ମରେ ନଜର ଆସିବେ ।

25

ବଲିଉଡ ଆକ୍ଟର କର୍କଟ ରୋଗ ହେତୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବହୁ ଦିନ ଧରି ଦୂରେଇ ଅଛନ୍ତି । କିନ୍ତୁ ବର୍ତ୍ତମାନର ଖବର ଅନୁସାରେ ସେ ଖୁବଶୀଘ୍ର ଫିଲ୍ମକୁ ଫେରିବେ । ଇରଫାନ ଲଣ୍ଡନରେ ନ୍ୟୁରୋ ଇଣ୍ଡୋକ୍ରାଇନ ଟ୍ୟୁମର ନାମକ ରୋଗର ଚିକିତ୍ସା ପରେ ମୁମ୍ବାଇ ଫେରି ଆସିଛନ୍ତି । ଇରଫାନଙ୍କ ନିକଟତର ବନ୍ଧୁ ଏବଂ ନିର୍ଦ୍ଦେଶକ ତଗମିଂଶୁ ଧୁଲିୟାଙ୍କ କହିବଅ ଅନୁସାରେ ଇରଫାନ ଲଣ୍ଡନରୁ ଫେରିବା ପରେ ମୁଁ ତାଙ୍କୁ ସାକ୍ଷାତ କରିଛି । ଏବେ ସେ ସଂପୂର୍ଣ୍ଣ ଭାବରେ ଠିକ ଅଛନ୍ତି । ଇରଫାନ ନିଜେ ମୋତେ କହିଛନ୍ତିଯେ ସେ ଇଙ୍ଗଲିସ ମିଡିୟମର ସୁଟିଂ ଆରମ୍ଭ କରିବେ ।

କହିରଖୁଛୁଯେ ୨୦୧୭ରେ ରିଲିଜ ହୋଇଥିବା ହିନ୍ଦୀ ମିଡିୟମ ବକ୍ସ ଅଫିସରେ ଜବରଦସ୍ତ ଇନକମ କରିଥିଲା । ଖୁବଶୀଘ୍ର ଏହାର ଇଙ୍ଗଲିସ ମିଡିୟମର ସୁଟିଂ ଆରମ୍ଭ ହେବ । ଫିଲ୍ମର ପ୍ରଯୋଜକ ଦାନିଶଙ୍କ କହିବା ଅନୁସାରେ ଇରଫାନଙ୍କ ବ୍ୟତୀତ ଫିଲ୍ମ କଥା ଆମେ ଭାବି ମଧ୍ୟ ପାରିବୁନି । ଖୁବଶୀଘ୍ର ସୁଟିଂ ଆରମ୍ଭ ହେବ । ସ୍କ୍ରିପ୍ଟକୁ ଫାଇନାଲ ଟଚ ଦିଆଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More