Only for Entertainment

ଆରୋଗ୍ୟ ହେବା ପରେ ସୁର୍ଜିତ ସିରକାରଙ୍କ ଫିଲ୍ମରେ କାମ କରିବେ ଇରଫାନ ।

Deccan Chronicle
0 30

ଅସୁସ୍ଥତା କାରଣରୁ ଲଣ୍ଡନରେ ଚିକିତ୍ସିତ ହେଉଥିବା ବଲିଉଡ଼ ଅଭିନେତା ଇରଫାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧିରେ ଧିରେ ଉନ୍ନତି ପରିଲକ୍ଷିତ ହେଉଛି । ଖୁବଶୀଘ୍ର ସେ ପରଦାରେ ନଜର ଆସିବେ ବୋଲି ଜଣା ପଡିଛି । ପ୍ରାୟ ଗୋଟେ ବର୍ଷ ତଳେ ସୁର୍ଜିତ ସିରକାରଙ୍କ ନିର୍ଦ୍ଦେଶନାରେ ଏକ ବାୟୋପିକ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ଇରଫାନ । ତେବେ ତାଙ୍କର ଦେହ ଖରାପ ହେବା ପରେ ଏହି ପ୍ରୋଜେକ୍ଟ ଆଗକୁ ଯାଇପାରି ନଥିଲା । ବର୍ତ୍ତମାନ ସେ ଭଲ ହେବା ପରେ ଏହି ଫିଲ୍ମରେ ଅଭିନୟ କରିବେ ବୋଲି ଜଣା ପଡିଛି ।

Irfan-Khan-Wallpaper

ଉଦମ ସିଂଙ୍କ ଜୀବନ କାହାଣୀକୁ ନେଇ ସେ ଏକ ଫିଲ୍ମ ତିଆରି କରିବାକୁ ଯାଉଥିବାବେଳେ ଇରଫାନ ଏହି ଚରିତ୍ର ପାଇଁ ତାଙ୍କ ପ୍ରଥମ ପସନ୍ଦ ବୋଲି କହିଛନ୍ତି ସୁର୍ଜିତ । ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ସୁର୍ଜିତ ପୂର୍ବରୁ ଇରଫାନଙ୍କ ସହ ଫିଲ୍ମ ‘ପିକୁ’ରେ ଏକାଠି କାମ କରିଥିଲେ । ନିକଟରେ ଏକ ସାକ୍ଷାତକାରରେ ସୁର୍ଜିତ ଇରଫାନଙ୍କ ଆରୋଗ୍ୟ କାମନା କରିବା ସହ ତାଙ୍କ ଅଭିନୟ କଳାକୁ ଖୁବ ପ୍ରଶଂସା କରିଥିଲେ । ତେବେ ଇରଫାନ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣା ପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More