Only for Entertainment

ଇରଫାନ ଖାନଙ୍କ ଭାବବିହ୍ୱଳ ମେସେଜ, କହିଲେ ଅଳ୍ପ କିଛି ମାସରେ ମରିଯିବି ।

Great News Channel
0 40

ନ୍ୟୁରୋ ଏଣ୍ଡୋକ୍ରାଇମ୍ ଟ୍ୟୁମରରେ ପିଡିତ ଅଭିନେତା ଇରଫାନ୍ ଖାନ୍ ଏବେ ଲଣ୍ଡନ୍ରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ପ୍ରଥମେ ପ୍ରସାର ହେବା ପରେ ତାଙ୍କର ସାଥୀ କଳାକାର ଏବଂ ପ୍ରଶଂସକମାନେ ସେ ସୁସ୍ଥ ହୋଇ ଫେରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ତେବେ ୪ ମାସର ବ୍ୟବଧାନ ପରେ ନିଜ ସ୍ୱାସ୍ଥ୍ୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇର୍ଫାନ ।

Irfan-Khan-Wallpaper

ଇରଫାନ କହିଛନ୍ତି ସେ, କିମୋ ଥେରାପିର ୪ଟି ସେସନ୍ ଶେଷ କରି ସାରିଛନ୍ତି । ଆହୁରି ୨ଟି କିମୋ ଥେରାପି ସେସନ୍ ବାକି ରହିଛି । ଏହା ପରେ ସ୍କାନ୍ ହେବ ଏବଂ ଜଣାପଡିବ ତାଙ୍କ ରୋଗଟି ଭଲ ହୋଇଛି କି ନାହିଁ । ତେବେ ତିନୋଟି ସେସସନ୍ ପରେ ସ୍କାନ୍ ହୋଇଥିଲା । ଏବଂ ପଜିଟିଭ୍ ରେଜଲ୍ଟ ଆସିଥିଲା । ଆସୋସିଏଟ୍ ପ୍ରେସକୁ ଇରଫାନ୍ ଦେଇଥିବା ଏକ ଇଂଟରଭ୍ୟୁରେ କହିଛନ୍ତି, ୬ଟି କେମୋ ଥେରାପି ସେସନ୍ ପରେ ସ୍କାନ୍ ହେଲା ପରେ ହିଁ ଜଣା ପଡିବ ମୋ ସ୍ୱାସ୍ଥ୍ୟ ଠିକ୍ ହେଉଛି କି ନାହିଁ । ଏହାସହ ଇରଫାନ ନିଜ ଅନୁଭୁତି ମଧ୍ୟ ସେୟାର୍ କରିଛନ୍ତି ।

ଇରଫାନ କହିଛନ୍ତି, କାହା ଜୀବନର କୌଣସି ସ୍ଥାୟିତ୍ୱ ନାହିଁ । ମୋ ମୁଣ୍ଡକୁ ଆସୁଛି କି ମୋ ଗଳାରେ ଏକ ଚିପ୍ ଲଗେଇ ଦେବି ଆଉ କହିବି, ମତେ ଏକ ରୋଗ ହୋଇଛି ଆଉ କିଛି ମାସ ମଧ୍ୟରେ ମୁଁ ମରିଯିବି । ଅଥବା ଏହି ଆଲୋଚନାକୁ ମୁଁ ମୋ ମୁଣ୍ଡରୁ କାଢି, ମୋ ଜୀବନକୁ ଇଚ୍ଛା ମୁତାବକ ବଂଚିବି । ଆଶାକରୁଛୁ ଇରଫାନଙ୍କ ସ୍ୱାସ୍ଥ୍ୟ ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More