Only for Entertainment

ଭାବୁକ ହୋଇ ସନ୍ଦେଶ ଲେଖିଲେ ଇର୍ଫାନ ଖାନ୍

57

ଭାରତ ଫେରିବା ପରେ ଏବେ ସେ ଫିଲ୍ମରେ ଏଣ୍ଟ୍ରି କରିବାର ଘୋଷଣା କରିଛନ୍ତି । ଏନେଇ ନିଜେ ଇର୍ଫାନ ସୋସିଆଲ ମିଡିଆ ଯୋଗେ ସୂଚନା ଦେଇଛନ୍ତି । ଇର୍ଫାନ ଟ୍ୱିଟ୍ କରି କହିଛନ୍ତି କି, ସେ ପୁଣି ଥରେ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହାସହିତ ସେ ଫ୍ୟାନ୍ସମାନଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇ ଏକ ଭାବୁକ ସନ୍ଦେଶ ଲେଖିଛନ୍ତି ।

ଇର୍ଫାନ୍ ଲେଖିଛନ୍ତି କି, ‘ଜିତିବା ଚେଷ୍ଟାରେ ଆମେ ଭୁଲି ଯାଇ ଥାଉ କି ଭଲ ପାଇବାର ମହତ୍ୱଟା କ’ଣ । କଠିନ ସମୟରେ ଆମେ ଭଲ ପାଇବାକୁ ମନେ ପକାଇଥାଉ । ମୁଁ ଆପଣଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଆଭାର ବ୍ୟକ୍ତ କରୁଛି । ଏହାଦ୍ୱାରା ମୋତେ ଭଲ ହେବା ପାଇଁ ଅନେକ ସହଯୋଗ ମିଳିଛି । ମୁଁ ହୃଦୟର ସହିତ ଆପଣଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୁଁ ଆପଣଙ୍କ ପାଖକୁ ଫେରି ଆସିଛି ।’ ଇର୍ଫାନଙ୍କ ଏହି ସନ୍ଦେଶ ପରେ ସୋସିଆଲ ମିଡିରେ ତାଙ୍କ ଫ୍ୟାନ୍ସମାନେ ଖୁସି ବ୍ୟକ୍ତ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More