Only for Entertainment

ସାମ୍ନାକୁ ଆସିଲା ‘ଇଂଗ୍ରାଜୀ ମିଡିଅମ’ରେ ଇରଫାନଙ୍କ ପ୍ରଥମ ଲୁକ, ମିଷ୍ଟର ଚମ୍ପକ ଜୀ ଭୂମିକାରେ ଆସିବେ ନଜର

Irrfan twitter pic
24

କ୍ୟାନସର ଚିକିତ୍ସା ପରେ ଅଭିନେତା ଇରଫାନ ଖାନ ପୁଣିଥରେ ଫିଲ୍ମ ଦୁନିଆକୁ ଫେରିଛନ୍ତି । ଏବେ ସେ ୨୦୧୭ର ସୁପରହିଟ ଫିଲ୍ମ ‘ହିନ୍ଦୀ ମିଡିଅମ’ର ସିକ୍ୱଲ ‘ଇଂଗ୍ରାଜୀ ମିଡିଅମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ସୁଟିଂ ଏବେ ରାଜସ୍ଥାନରେ ଆରମ୍ଭ ହୋଇସାରିଛି । ନିକଟରେ ଅଭିନେତା ଟ୍ୱିଟ କରି ନଜର ପ୍ରଥମ ଲୁକ ସେୟାର କରିଛନ୍ତି । ଏହା ସହିତ ନିଜ କ୍ୟାରେକ୍ଟର ନାମ ବିଷୟରେ ମଧ୍ୟ ଖୁଲାସା କରିଛନ୍ତି ।

ଏହି ଫଟୋରେ ଇରଫାନ ଖାନ ଏକ ମିଠା ଦୋକାନ ସାମ୍ନାରେ ଠିଆ ହୋଇଛନ୍ତି । ଫଟୋ ସେୟାର କରି ଅଭିନେତା କ୍ୟାପସନରେ ଲେଖିଛନ୍ତି- ‘ଘସିଟେରାମ ମିଷ୍ଠାନ ଭଣ୍ଡାର ୧୯୦୦ରୁ ସର୍ଭସରେ ଅଛି । ଆଉ ଏକ କାହଣୀ ‘ଇଂଗ୍ରାଜୀ ମିଡିଅମ’ କହିବାକୁ ମଜା ଆସିବ । ଖୁବ ଶୀଘ୍ର ଆସୁଛି ମିଷ୍ଟର ଚମ୍ପକ ଜୀ ସହିତ । ଆସୁଛି ଆପଣଙ୍କୁ ପୁଣିଥରେ ଅଣ୍ଟରଟେନ କରିବା ପାଇଁ । ସମୟ ଆସିଛି ଚମ୍ପକ ଜୀଙ୍କୁ ଜାଣିବା ପାଇଁ #AngreziMedium? ??

କହିରଖୁଛୁ ଯେ, ଫିଲ୍ମରେ ଇରଫାନ ଖାନଙ୍କ ବ୍ୟତିତ କରୀନା କପୁର ଖାନ ଏବଂ ରାଧିକା ମଦାନ ନଜର ଆସିବେ । ଫିଲ୍ମରେ ରାଧିକାଙ୍କୁ ଇରଫାନଙ୍କ ଝିଅ ଭୂମିକାରେ ଦେଖିବାକୁ ମିଳିବ ସେହିପରି କରୀନାଙ୍କୁ ତାଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ । ଏପର୍ଯ୍ୟନ୍ତ କରୀନାଙ୍କ ନାମ ଅଫିସିଆଲ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ରାଧିକାଙ୍କ ଏକ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଫିଲ୍ମରେ କରୀନା ନଜର ଆସିବେ ।

 

 

View this post on Instagram

 

As excited as the man behind!So so so grateful for this new journey.? @irrfan @homster @maddockfilms #kareenakapoorkhan #dineshvijan

A post shared by Radhika Madan (@radhikamadan) on

ଅସଲରେ ରାଧିକା ଇଂଗ୍ରାଜୀ ମିଡିଅମର ସୁଟିଂର ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ସେ କରୀନା କପୁରଙ୍କୁ ଟ୍ୟାଗ କରିଥିଲେ । ଏଥିରୁ ଅନୁମାନ କରାଯାଉଛି ଯେ, କରୀନା ଫିଲ୍ମରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ହୋମୀ ଅଦଜାନିଆ ଦେଉଥିବା ବେଳେ ଏହାକୁ ପ୍ରଡ୍ୟୁସ କରୁଛନ୍ତି ଦିନେଶ ବିଜାନ । ଇରଫାନଙ୍କୁ ଫିଲ୍ମରେ ପୁଣିଥରେ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More