Only for Entertainment

ଭାରତରେ ଦୀପାବଳୀ ସେଲିବ୍ରେଟ କରିବା ସହିତ ଏହି ଫିଲ୍ମର ସୁଟିଂ କରିବେ ଇରଫାନ ଖାନ ।

Mumbai Live
25

ବଲିଉଡ ଅଭିନେତା ଇରାଫାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଅନେକ ସମୟରୁ ଲଣ୍ଡନରେ ନିଜର ଚିକିତ୍ସା କରାଉଥିବା ଇରଫାନ ଖୁବ ଶୀଘ୍ର ଭାରତ ଫେରିବେ ବୋଲି ଶୁଣିବାକୁ ମିଳିଛି । ଇରଫାନଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ କ୍ୟାନସର ହେବା ପରେ ସେ ଲଣ୍ଡନ ଏବେ ନିଜର ଚିକିତ୍ସା କରାଉଛନ୍ତି । ଅନ୍ୟ ପକ୍ଷରେ ଇରଫାନ ମଝିରେ ମଝିରେ ସୋସିଆଲ ମିଡିଆରେ ନିଜର ଫ୍ୟାନମାନଙ୍କୁ ହେଲଥ ଅପଡେଟ ମଧ୍ୟ ଦେଇଥାନ୍ତି ।

irrfan khan

ନିକଟରେ ଇରଫାନ କହିଥିଲେ, ଏବେ ତାଙ୍କର କେମୋଥେରାପି ଚାଲୁଛି ଏବଂ ଏହାର ରେଜଲ୍ଟ ମଧ୍ୟ ପଜିଟିଭ ରହିଛି । ଏହି ଖବର ଶୁଣିବା ପରେ ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଭାରତ ଫେରିବେ ବୋଲି ଆଶା କରାଯାଇଛି । ରିପୋର୍ଟ ଅନୁସାରେ ଇରଫାନ ଦୀପାବଳୀ ଭାରତରେ ସେଲିବ୍ରେଟ କରିବେ । ଏହା ମଧ୍ୟ ଶୁଣିବାକୁ ମୁଳୁଛି ଯେ ଭାରତ ଫେରିବା ପରେ ସେ ନିଜର ଆଗାମୀ ଫିଲ୍ମ ହିନ୍ଦୀ ମିଡିୟମ-୨ର ସୁଟିଂ ମଧ୍ୟ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More