ଲଣ୍ଡନରେ ଚିକିତ୍ସିତ ହେଉଥିବା ଇରଫାନ ଖାନଙ୍କର ଦୁଇ ମାସ ପରେ ଦେଖିବାକୁ ମିଳିଲା ଟ୍ୱିଟ, ଜଣାଇଲେ କିଛି କଥା !
ବଲିଉଡ ଅଭିନେତା ଇରଫାନ ଖାନଙ୍କର ଅପକମିଂ ଫିଲ୍ମ ‘କାରବାଁ’ର ଫାଷ୍ଟ ଲୁକ ରିଲିଜ ହୋଇଯାଇଛି । ସେହିଭଳି ଗତକିଛି ଦିନ ହେବ ଇରଫାନ ଖାନ ନିଜର ସ୍ୱାସ୍ଥ୍ୟବସ୍ଥା ପାଇଁ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ଦୀର୍ଘ ଦୁଇ ମାସ ପରେ ଇରଫାନ ନିଜର ଟ୍ୱିଟର ଆକାଊଂଟରୁ ଏକ ଟ୍ୱିଟ କରିଛନ୍ତି । ସେ ତାଙ୍କର ରୋଗ ବିଷୟରେ କିଛି ଏହି ଟ୍ୱିଟ ମାଧ୍ୟମରେ କହି ନାହାନ୍ତି କେବଳ ତାଙ୍କର ଅପକମିଂ ଫିଲ୍ମ ବିଷୟରେ ଇରଫାନ ଜଣାଇଛନ୍ତି ।
Beginnings have the innocence that experience can’t buy. My best wishes to @dulQuer , @mipalkar for joining the karwaan. ‘ Two karwaans ‘ …. Mine and the movie !! @MrAkvarious @RSVPMovies @RonnieScrewvala pic.twitter.com/QoKe6npkMQ
— Irrfan (@irrfank) May 16, 2018
ଇରଫାନ ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିବା ଏବଂ ସେ ପ୍ରମୋସନ ପାଇଁ ସମୟ ନଦେଇ ପାରୁଥିବା କାରଣରୁ ଦୁଃଖିତ ଥିବା ଟ୍ୱିଟରୁ ଜଣାପଡିଛି । ୧୦ଅଗଷ୍ଟରେ ଏହି ଫିଲ୍ମ ପରଦାକୁ ଆସିବ, ଯେଉଁଥିରେ ଭିନ୍ନ ଭିନ୍ନ ଭୂମିକା ନିଜର ଯାତ୍ରା ସହ ଏକାସାଙ୍ଗେ ଦେଖାହେଉଛନ୍ତି ଦେଖିବାକୁ ମିଳିବ ।
ଏଠାରେ ଆମେ କହି ରଖୁଛୁ ଯେ ଏହାପୂର୍ବରୁ ଇରଫାନଙ୍କ ଫିଲ୍ମ ବ୍ଲାକମେଲ ରିଲିଜ ହୋଇଥିଲା ଏହାର ମଧ୍ୟ ପ୍ରମୋସନ କରିପାରିନଥିଲେ ଇରଫାନ । ୧୯ମାର୍ଚ୍ଚରେ ଇନଷ୍ଟାଗ୍ରାମରେ ଇରଫାନଙ୍କ ଫଟୋ ସେୟାର କରାଯାଇଥିଲା ।