Only for Entertainment

ଭୟଙ୍କର ରୋଗରେ ପୀଡିତ ଅଭିନେତା ଇରଫାନ ଖାନଙ୍କୁ ମିଳିଲା ଓସ୍କାରରେ ଏଂଟ୍ରି !

samacharnama
0 47

ଦେଶ ପାଇଁ ଗର୍ବର କଥା ହେଉଛି ଆମ ବଲିଉଡ କଳାକାର କେବଳ ଦେଶରେ ନୁହେଁ ନିଜର ଟ୍ୟାଲେଂଟ କାରଣରୁ ସାରା ବିଶ୍ୱରେ ପରିଚିତ ହେଉଛନ୍ତି । ଭାରତୀୟ ଅଭିନେତା ଇରଫାନ ଖାନଙ୍କ ଫିଲ୍ମ ‘ନୋ ବେଡ ଅଫ ରୋଜେସ’ବାଙ୍ଗଲାଦେଶ ତରଫରୁ ଓସ୍କାର ପାଇଁ ଯାଉଛି । ଫିଲ୍ମର ନିର୍ମାଣ ବାଙ୍ଗ୍ଲାଦେଶୀ ନିର୍ମାତା ମୁସ୍ତଫା ସରବର ଏବଂ ଇରଫାନ ଖାନ ମିଶି କରିଥିଲେ । ଫିଲ୍ମର କାହାଣୀ ଦିବଙ୍ଗତ ବାଙ୍ଗ୍ଲାଦେଶୀ ଲେଖକ ଏବଂ ଫିଲ୍ମକାର ହୁମାଂୟୁ ଅହମଦଙ୍କ ଜୀବନ ଉପରେ ଆଧାରିତ । ଯିଏକି ୨୭ବର୍ଷ ପୂରୁଣା ବିବାହକୁ ଭାଙ୍ଗି ୩୩ବର୍ଷ ଛୋଟ ଅଭିନେତ୍ରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଯଦିଓ ଫିଲ୍ମମେକର ବାୟୋପିକ ହେବାକୁ ମନା କରିଥିଲେ । ମାତ୍ର ଖାସ କଥା ହେଉଛି ଯେ ଫିଲ୍ମକୁ ପ୍ରଥମେ ବାଙ୍ଗଲାଦେଶ ହିଁ ବ୍ୟାନ କରିଦେଇଥିଲା, କିନ୍ତୁ ଏହା ପରେ ରିଲିଜ ହୋଇଥିଲା । ଫିଲ୍ମକୁ ବାଙ୍ଗ୍ଲାଦେଶ, ଫ୍ରାନ୍ସ, ଭାରତ ଏବଂ ଅଷ୍ଟ୍ରେଲିଆରେ ପୂର୍ବ ବର୍ଷ ଅକ୍ଟୋବରରେ ରିଲିଜ କରାଯାଇଥିଲା । ଏହାବ୍ୟତୀତ ଅନେକ ଫେଷ୍ଟିଭାଲ ଯେପରି କୋଲକତା, ଭୂଷଣ ଏବଂ ସଂଘାଇ ଭଳି ଅନେକ ସ୍ଥାନରେ ଦେଖାଯାଇଥିଲା । ଫିଲ୍ମ ମାସ୍କ୍ରୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ‘କୋମରସାଂଟ’ୱିକେଣ୍ଡ ପୁରସ୍କାର ଜିତିଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ଗତ କିଛି ଦିନ ହେବ ଇରଫାନ ଖାନ କ୍ୟାନସର ରୋଗରେ ପୀଡିତ ଏହି କାରଣରୁ ସେ ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ଇରଫାନ ନିଜର ରୋଗ ସମ୍ପର୍କରେ ନିଜେ ସୋସିଆଲ ମିଡିଆରେ ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More