Only for Entertainment

ଇରଫାନ ଖାନଙ୍କ ଆଜଣା ରୋଗ ସମ୍ପର୍କରେ ମୁହଁ ଖୋଲିଲେ ପତ୍ନୀ ସୁତାପା, କହିଲେ ‘ମୋ ସାଥୀ ଜଣେ ଯୋଦ୍ଧା’

Firstpost
0 61

କିଛି ଦିନ ପୂର୍ବରୁ ଇରଫାନ ଖାନ ଟୁଇଟ କରି କହିଥିଲେ ଯେ ତାଙ୍କୁ ଏକ ଗମ୍ଭୀର ରୋଗ ହୋଇଛି । ରିପୋର୍ଟ ଆସିବା ପରେ ସେ ତାଙ୍କ ଅଜଣା ରୋଗ ବିଷୟରେ ସୂଚନା ଦେବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ଇରଫାନଙ୍କ ଟୁଇଟ ପରେ ଗୁଜବ ସୃଷ୍ଟି ହୋଇଥିଲା ଯେ ତାଙ୍କୁ ବ୍ରେନ କ୍ୟାନସର ହୋଇଛି ।

ଏହି ଗୁୂଜବ ପରେ ଇରଫାନଙ୍କ ପତ୍ନୀ ସୁତାପା ସିକନ୍ଦର ସୋସିଆଲ ମିଡିଆରେ ନିଜ ବୟାନ ଜାରୀ କରିଛନ୍ତି । ଟୁଇଟ କରି ସେ କହିଛନ୍ତି ଇରଫୀନଙ୍କୁ କ’ଣ ହୋଇଛି ଜାଣିବା ପାଇଁ ନିଜର ଶକ୍ତି ନଷ୍ଟ ନ କରନ୍ତୁ ନାହିଁ । ଏହା ସହ ସେ କହିଛନ୍ତି, ‘ମୋର ସବୁଠାରୁ ଭଲ ବନ୍ଧୁ ଏବଂ ସାଥୀ ଜଣେ ଯୋଦ୍ଧା । ସେ କୌଣସି ପରିସ୍ଥିତିକୁ ଭିନ୍ନ ଅନ୍ଦାଜରେ ଏବଂ ସୁନ୍ଦର ଭାବେ ଲଢିବା ଜାଣିଛନ୍ତି । ମେସେଜ ଏବଂ କଲ ଗୁଡିକର ଉତ୍ତର ନଦେଇପାରିବାରୁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି । କିନ୍ତୁ ସମସ୍ତଙ୍କର ପ୍ରାର୍ଥନା, ଚିନ୍ତା ଏବଂ ଶୁଭକାମନା ପାଇଁ ମୁଁ ଋଣି । ’

ଏହା ସହିତ ସେ କହିଛନ୍ତି, ‘ମୁଁ ଭଗବାନ ଏବଂ ମୋ ସାଥୀଙ୍କ ନିକଟରେ ଆଭାରବ୍ୟକ୍ତ କରୁଛି କାରଣ ସେ ମୋତେ ବି ଜଣେ ଯୋଦ୍ଧା ଭାବେ ଗଢିଛନ୍ତି । ବର୍ତ୍ତମାନ ମୁଁ ଏକ ଯୁଦ୍ଧ କ୍ଷେତ୍ରରେ ଠିଆ ହୋଇଛି ଏବଂ ଏହି ଯୁଦ୍ଧକୁ ଜିତିବା ପାଇଁ ଲକ୍ଷ ରଖିଛି । ମୁଁ ଆଶା ରଖିଛି ସମସ୍ତଙ୍କ ଭଲ ପାଇବା କାରଣରୁ ମୁଁ ଏହି ଯୁଦ୍ଧ ଜିତି ପାରିବି । ଏବଂ ସମସ୍ତଙ୍କୁ ଅନୁରୋଧ ସମସ୍ତେ ତାଙ୍କର ଆରୋଗ୍ୟ ପାଇଁ ପ୍ରର୍ଥନା କରନ୍ତୁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More