Only for Entertainment

ଏହା ‘ଭୂତିୟା ଟ୍ରେନ’ ଅଟେ କି ଯାନ୍ତ୍ରିକ ତୃଟି, ଭାଇରାଲ ହେଉଛି ଭିଡିଓ !

88

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କେହି ଏହାକୁ ‘ଭୁତିଆ ଟ୍ରେନ’ କହୁଛନ୍ତି ତ କେହି ସିସିଟିଭି ଖରାପ ହୋଇଥିବା ଦୋଷ ଦେଉଛନ୍ତି । ଭିଡିଓ ୟୁଟ୍ୟୁବରେ ଦେଢବର୍ଷ ପୂର୍ବେ ଶେୟାର କରାଯାଇଥିଲା, କିନ୍ତୁ ଏହା ସୋସିଆଲ ମିଡିଆ କେତେବେଳେ କ’ଣ ଭାଇରାଲ ହେବ ଏହା କହିବା ଖୁବ କାଠିକର ପାଠ । କିନ୍ତୁ ପୂରୁଣା ଅନୁଭବକୁ ଦେଖି କୁହାଯାଇପାରିବ ଯେ ଏହି ଭିଡିଓକୁ କେହି ଏଡିଟ କରିଛି । ବାକି ଆପଣ ନିଜେ ଦେଖି ନିଅନ୍ତୁ ।
ଭିଡିଓରେ ଦିଆଯାଇଥିବା ବିବରଣୀ ମୁତାବକ, ଏହା ଚୀନର ଏକ ରେଲୱେ ଷ୍ଟେସନର ସିସିଟିଭି ଦୃଶ୍ୟ ଅଟେ । ଫୁଟେଜରେ ଏକ ଅଜବ ଜିନିଷ ଦେଖିବାକୁ ମିଳିଛି । ଏଭଳି ଅନୁମାନ ହେଉଛି ଯେ ଏକ ଅଦୃଶ୍ୟ ଟ୍ରେନ ପ୍ଲାଟଫର୍ମରେ ଆସି ଅଟକୁଛି ଏବଯ କିଛି ସେକେଣ୍ଡ ପରେ ଏହା ପଳାଉଛି ।

ୟୁଟ୍ୟୁବରେ ଭିଡିଓରେ ଏହା ଏଭଳି ବିବରଣୀରେ ଲେଖାଯାଇଛି ଯେ ଭିଡିଓଟି ୧୦ମାର୍ଚ୍ଚ ୨୦୧୮ଅଟେ । ଯେତେବେଳେ ଷ୍ଟେସନ ସିକ୍ୟୁରିଟି ସିସିଟିଭି ଫୁଟେଜରେ ଚେକ କରୁଥିଲେ ଏହି ଦୃଶ୍ୟ ଦେଖିଥିଲେ । ଏକ ଅଦୃଶ୍ୟ ଟ୍ରେନ ଷ୍ଟେସନରେ ପହଂଚୁଛି ଏବଂ ପ୍ୟାସେଂଜର ଉଠାଇ ଗଲା ଭଳି କିଛି ସମୟ ମଧ୍ୟରେ ଟ୍ରେନ ଷ୍ଟେସନ ଛାଡୁଛି । ସେମାନଙ୍କ କହିବା ମୁତାବକ ୧୨ବର୍ଷ ଭିତରେ ସେ ଏଭଳି ଦୃଶ୍ୟ କେବେ ଦେଖି ନଥିଲେ ବୋଲି କହିଛନ୍ତି ।


ତେବେ ଏଠାରେ ଆମେ କହି ରଖୁଛୁ ଯେ ଆମେ ବିଜ୍ଞାନ ଯୁଗରେ ବଂଚୁଛୁ ଏବଂ ଭୂତ ଭଳି କୌଣସି ଜିନିଷ ନାହିଁ । ଅନୁମାନ ହେଉଛି ଯେ ଏହା ହୁଏତ ଟେକନିକ ତୃଟି ଯୋଗୁଁ ହୋଇପାରେ । ହୋଇପାରେ ଏହି ଭିଡିଓକୁ କେହି ଏଡିଟିଂ କରିଛନ୍ତି । ହଁ ଏହା ସତ ଯେ ଏହି ଭିଡିଓ କିଛି ଲୋକଙ୍କୁ ଭୟଭୀତ କରାଇବାରେ ସଫଳତା ହାସଲ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More