ରୋହିତ ଶେଟ୍ଟୀଙ୍କ ବଡ ଖୁଲାସା, ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟଙ୍କ ଅପୋଜିଟରେ ନଜର ଆସିବେ ନାହିଁ କ୍ୟାଟ୍ରିନା
ଏପ୍ରିଲରୁ ସୁଟିଂ ଆରମ୍ଭ କରିବେ ଅକ୍ଷୟ କୁମାର...
ନିକଟରେ ରିଲିଜ ହୋଇଥିବା ରୋହିତ ଶେଟ୍ଟୀଙ୍କ ଫିଲ୍ମ ସିମ୍ବା ବକ୍ସ ଅଫିସରେ ବଡ ବଡ ରେର୍କଡ ଭାଙ୍ଗିବା ପରେ ଏବେ ସେ ନିଜର ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମର ଝଲକ ଫିଲ୍ମ ସିମ୍ବାରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ପାଇଁ ରୋହିତ ପ୍ରଥମ ଥର ପାଇଁ ଅକ୍ଷୟଙ୍କ ସହିତ ହାତ ମିଳାଇଛନ୍ତି । ଶୁଣିବାକଗୁ ମିଳିଥିଲା ଯେ, ଫିଲ୍ମରେ ଅକ୍ଷୟ କୁମାରଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ ନଜର ଆସିବେ ।
ରିପୋର୍ଟ ଅନୁସାରେ କ୍ୟାଟ୍ରିନା ଅକ୍ଷୟଙ୍କ ଅନେକ ଫିଲ୍ମର ଅଫରକୁ ମନା କରି ସାରିଛନ୍ତି । କାରଣ ଏହି ଫିଲ୍ମ ଗୁଡିକରେ ହିରୋଇନଙ୍କ ଭୂମିକା ଦମଦାର ନ ଥିଲା । ଏପରି ସ୍ଥିତିରେ ତାଙ୍କ ଫ୍ୟାନ୍ସ ଆଶା କରିଛନ୍ତି ଯେ, ୯ ବର୍ଷ ପରେ ‘ସୂର୍ଯ୍ୟବଂଶୀ’ ଜରିଆରେ ଦୁହିଁଙ୍କୁ ଏକା ସହିତ ପରଦାରେ ଦେଖିବାକୁ ମିଳିବ । ତେବେ ଏହି ଖବରକୁ ଫିଲ୍ମର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଖଣ୍ଡନ କରିଛନ୍ତି ।
ଏକ ମ୍ୟାଗାଜିନକୁ ଦେଇଥିବା ଇଣ୍ଟରଭ୍ୟୁରେ ରୋହିତ କହିଛନ୍ତି ଯେ, ଏହା ଏକ ଗୁଜବ । ଏପର୍ଯ୍ୟନ୍ତ ଆମେ ଫିଲ୍ମର ଲିଡ ଅଭିନେତ୍ରୀଙ୍କୁ ଫାଇନାଲ କରିନାହୁଁ । ଏବେ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ଚାଲିଛି । ଅକ୍ଷୟ ଏବଂ କ୍ୟାଟ୍ରିନାଙ୍କ ଫ୍ୟାନ୍ସ ଏହି ଖବର ପ୍ରସାରଣ କରିଥିବେ ବୋଲି ଆସା କରୁଛି । କାରଣ ସେମାନେ ଏହି ଯୋଡିଙ୍କୁ ପରଦାରେ ଦଖେିବା ପାଇଁ ଅପେକ୍ଷା କରି ରହିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ଅକ୍ଷନୟ ଏପ୍ରିଲରୁ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ । ଫିଲ୍ମରେ ସେ ଏଟିଏସ ପୋଲିସ ଅଫିସର ଭୂମିକାରେ ନଜର ଆସିବେ ।