Only for Entertainment

ଫ୍ରିଜରେ ରଖୁଥିବା ଚକଟା ଅଟା ବ୍ୟବହାର କରୁଥିଲେ, ଜାଣି ରଖନ୍ତୁ ଏହା ସମ୍ପର୍କରେ !

206

ଆଜିର ମହିଳା ଏହି କଥା ଉପରେ ଧ୍ୟାନ ଦେଉ ନାହାନ୍ତ. କିନ୍ତୁ ଜେଜେମା, ଆଈ ଚକଟା ହୋଇଥିବା ଅଟାକୁ ନରଖିବା ପାଇଁ କହିଥାଆନ୍ତି । । ଥରକରେ ତାଜା ଚକଟା ହୋଇଥିବା ଅଟା ଏକାଥରେ ଶେଷ କରି ଦେବା କଥା କାରଣ ଏହାପଛରେ ଶରୀର ସହ କିଛି ଜଡିତ କଥା ରହିଛି । ଆଜ୍ଞା ହଁ , ଚକଟା ହୋଇଥିବା ଅଟା ଫ୍ରିଜରେ ରଖିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଫ୍ରିଜରେ ରଖାଯାଇଥିବା ଅଟାରେ ପ୍ରସ୍ତୁତ ରୋଟି ପେଟ ଜନିତ ସମସ୍ୟା ଉପୁଯାଇଥାଏ ।

ପେଟ ସମ୍ବନ୍ଧିତ ରୋଗ:

ଓଦା ଅଟାରେ ଫର୍ମେଟେଂଶନ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହୋଇଥାଏ , ଯେଉଁ କାରଣରୁ ଅଟାରେ ବ୍ୟାକଟେରିଆ ଉପୁଜି ଥାଏ । ଯେଉଁକାରଣରୁ ପେଟ ବ୍ୟଥା, କବ୍ଚ, ପାଚନକ୍ରିୟା ସମ୍ବନ୍ଧିତ ରୋଗର ସାମ୍ନା କରିବାକୁ ପଡିଥାଏ । ସବୁଠାରୁ ଅଧିକ ଗ୍ୟାସ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ବଦଳି ଯାଏ ଖାଦ୍ୟର ସ୍ୱାଦ:
ଯେଉଁଭଳି ତାଜା ଏବଂ ବାସି ଖାଦ୍ୟରେ ଫରକ ଥାଏ, ସେହିଭଳି ତାଜା ଏବଂ ବାସି ଅଟା ମଧ୍ୟରେ ମଧ୍ୟ ଖୁବ ପ୍ରଭେଦ ଥାଏ । ଫ୍ରିଜରେ ରଖାଯାଇଥିବା ଅଟାରୁ ଯେତେବେଳେ ରୋଟି ବନାଇଥାଉ, ଏହାର ସ୍ୱାଦ ବଦଳି ଯାଇଥାଏ ।

ପୋଷଣ ହ୍ରାସ ପାଇଯାଇଥାଏ:
ଚକଟା ହୋଇଥିବା ଅଟାକୁ ଯଦି ଶୀଘ୍ର ପ୍ରୟୋଗ ନ କରାଯାଏ, ଏଥିରେ ଅନେକ ପ୍ରକାର ରାସାୟନିକ ପରିବତ୍ତନ ହୋଇଥାଏ । ଅଧିକ ସମୟ ପର୍ଯ୍ୟନ୍ତ ଅଟାକୁ ଫ୍ରିଜରେ ରଖିଲେ ଏଥିରେ ଅନେକ ପ୍ରକାର ବିଷାକ୍ତ କିରଣ ପ୍ରବେଶ କରିଥାଏ । ଯାହା ଶରୀର ପାଇଁ କ୍ଷତିକାରକ । ଏହିକାରଣରୁ ଖାଦ୍ୟରୁ ପୋଷଣ କମି ଯାଇଥାଏ । ଯାହାଦ୍ୱାରା ଶରୀରରୁ ଭୋକ ସିନା ମେଂଟିଯାଏ ମାତ୍ର ଶରୀର ପାଇଁ କିଛି ଫଳପ୍ରଦ ହୋଇ ନଥାଏ । ଏହି କାରଣରୁ ଯଦି ଆପଣ ସୁସ୍ଥକର ଖାଦ୍ୟ ଖାଇବାକୁ ଚାହାନ୍ତି , ତେବେ ସତେଜ ଚକଟା ହୋଇଥିବା ଅଟାରେ ରୋଟି ପ୍ରସ୍ତୁତ କରି ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More