Only for Entertainment

କମଳଙ୍କ ଏହି ଫିଲ୍ମର ଦିୱାନା ଅଟନ୍ତି ଶାହରୁଖ, ଫିଲ୍ମର ରିମେକ ପାଇଁ ମାଗିଲେ ଅଧିକାର !

AMARUJALA
0 48

ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହାସନ ଖୁବ ଶୀଘ୍ର ଶାହରୁଖ ଖାନଙ୍କ ସହ ନଜର ଆସିପାରନ୍ତି । ଗତ କିଛି ଦିନ ହେବ ଏହି ଦୁହିଁଙ୍କୁ ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ କ୍ରସ୍ଟୋଫର ନୋଲନଙ୍କ ବାର୍ତ୍ତାଳାପ କରିବାରେ ଦେଖିବାକୁ ମିଳିଥିଲା । ଦୁହିଁଙ୍କୁ କଥାବାର୍ତ୍ତାରୁ ଯାହା ଜଣା ପଡୁଥିଲା ଯେ ଖୁବ ଶୀଘ୍ର କମଲ ହାସନ କିଛି ଘୋଷଣା କରି ପାରନ୍ତି ।

ଏହି ବୈଠକର କିଛି ଦିନ ପରେ ସାଉଥ ମେଗା ଷ୍ଟାର କମଲ ହାସନ କହିଛନ୍ତି ଶାହରୁଖ ଖାନଙ୍କର ତାଙ୍କ ଫିଲ୍ମ ‘ହେ ରାମ’ ଖୁବ ପସନ୍ଦ ଅଟେ ଏବଂ ସେ ଏହି ଫିଲ୍ମର ଆଧିକାରକ ରିମେକ ଅଧିକାର କିଣିଛନ୍ତି ବୋଲି ମଧ୍ୟ ମେଗାଷ୍ଟାର କହିଛନ୍ତି ।
ନିଜେ ଶାହରୁଖ ଏହି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି ମାତ୍ର ଏହି ଫିଲ୍ମର ସେ ରିମେକ କରିବା ପାଇଁ ଚାହୁଁଛନ୍ତି ।

ମୁମ୍ବାଇ ମିରୋର ସାକ୍ଷାତକାରରେ କମଲ କହିଛନ୍ତି ଯେ , ଶାହରୁଖଙ୍କୁ ଏହି ଫିଲ୍ମରେ ଅଭିନୟ କରିଥିବାରୁ ସେ ସମୟରେ ଏକ ଘଡି ମିଳିଥିଲା କାରଣ ଏହାବ୍ୟତୀତ କମଲଙ୍କ ପାଖରେ ଦେବା ପାଇଁ ଆଉ କିଛି ନଥିଲା । ବର୍ତ୍ତମାନ ଶାହରୁଖ ଏକ ଘଡି ବ୍ରାଣ୍ଡର ଆମ୍ବାସାଡାର ଅଟନ୍ତି । ସେ ଏହି ଫିଲ୍ମର ରିମେକ ପାଇଁ ନିଜର ଖୁସି ଜାହିର କରିଛନ୍ତି ।

‘ହେ ରାମ’୨୦୦୦ରେ ନିର୍ମିତ ହୋଇଥିଲା । ଏହାକୁ ନିର୍ଦ୍ଦେଶନା ଦେଇଥିଲେ କମଲ ହାସନ । ୨୦୦୦ମସିହାରେ ଆସିଥିବା ଏହି ସିନେମାକୁ ଅନେକ ପ୍ରଶଂସା ମିଳିଥିଲା । ଏହି ଫିଲ୍ମରେ ହାସନଙ୍କ ସହ ରାନୀ ମୁର୍ଖାଜୀ ମଧ୍ୟ ଅଭିନୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More