Only for Entertainment

ଭାରତୀୟ କ୍ରିକେଟର କେ.ଏଲ. ରାହୁଲଙ୍କୁ ଡେଟ କରୁଛନ୍ତି କି ଅଭିନେତ୍ରୀ ସୋନଲ ଚୌହାନ ? ଜାଣନ୍ତୁ

Justdial
35

ଭାରତୀୟ କ୍ରିକେଟର କେ.ଏଲ. ରାହୁଲ ଏବେ ବିଶ୍ୱ କପ ୨୦୧୯ ପାଇଁ ପ୍ରସ୍ତୁତ ହେଉଛନ୍ତି । ଯେଉଁଥିପାଇଁ ସେ ଭାରତୀୟ କ୍ରିକେଟ ଟିମ ସହିତ ବିଦେଶରେ ଅଛନ୍ତି । କିନ୍ତୁ କେ.ଏଲ. ରାହୁଲଙ୍କ ପଛରେ ଭାରତରେ ତାଙ୍କ ଲିଙ୍କ ଅପ ଖବର ଭାଇରାଲ ହେବାରେ ଲାଗିଛି ।

ମିଡିଆ ରିପୋର୍ଟ ଅନୁସାରେ କେ.ଏଲ. ରାହୁଲ ଏବଂ ଅୁଭିନେତ୍ରୀ ସୋନଲ ଚୌହାନ ଏବେ ପରସ୍ପରକୁ ଡେଟ କରୁଛନ୍ତି । କିନ୍ତୁ ସୋନଲ ମିଡିଆକୁ କହିଛନ୍ତି ଯେ, ସେମାନଙ୍କ ମଧ୍ୟରେ ସେମିତି କିଛି ନାହିଁ । ସେ ଜଣେ ଭଲ କ୍ରିକେଟର ଏବଂ ଜଣେ ଭଲ ମଣିଷ ।
ସୋନଲଙ୍କ ବ୍ୟତିତ କେ.ଏଲ. ରାହୁଲଙ୍କ ନାମ ଆଲିଆ ଭଟ୍ଟଙ୍କ ବାନ୍ଧବୀ ଆଙ୍କାକ୍ଷାଙ୍କ ସହିତ ମଧ୍ୟ ଯୋଡି ହେବାରେ ଲାଗିଛି ।

ରିପୋର୍ଟ ଅନୁସାରେ ରାହୁଲ ଏବଂ ଆଙ୍କାକ୍ଷା କାଫି ସମୟ ପରସ୍ପର ସହିତ ବିତାଇଥାନ୍ତି । ଡିନର ପାର୍ଟି ଠାରୁ ଆରମ୍ଭ କରି ମୁଭି ଡେଟ ଏବଂ ହାଉସ ପାର୍ଟିରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ଏପରି ଖବର ମଧ୍ୟ ଶୁଣିବାକୁ ମିଳିଛି ଯେ, ଆଙ୍କାକ୍ଷା ରାହୁଲ ଏବଂ ଟିମ ଇଣ୍ଡିଆକୁ ସପୋର୍ଟ କରିବା ପାଇଁ ଇଂଲଣ୍ଡ ଯାଇପାରନ୍ତି ।

 

View this post on Instagram

 

…n i’m so good with that ?

A post shared by ?Kanch (@akansharanjankapoor) on

ଆଙ୍କାକ୍ଷା ଖୁବ ଶୀଘ୍ର ଅପାରଶକ୍ତି ଖୁରାନାଙ୍କ ସହିତ ଏକ ମ୍ୟୁଜିକ ଭିଡିଓରେ ନଜର ଆସିବେ । ଏହାର ସୁଟିଂ ଲକ୍ଷ୍ନୌରେ ହେବ । ତେବେ ସୋନଲ ଚୌହାନ ନିଜ ତରଫରୁ ରାହୁଲଙ୍କୁ ନେଇ ସଫେଇ ଦେଇ ସାରିଥିବା ବେଳେ ଦେଖିବାକୁ ବାକି ରହିଲା ଆଙ୍କାକ୍ଷା କେବେ କେ.ଏଲ ରାହୁଲଙ୍କ ସହିତ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More