Only for Entertainment

ସୋନାଲିଙ୍କ ନାମରେ ଭାଇରାଲ ହେଉଛି ମିଥ୍ୟା ହ୍ୱାଟସଅପ ମେସେଜ, ଆପଣ ମଧ୍ୟ ପାଇନାହାଁନ୍ତି ତ?

Images Dawn
0 56

ଆଧୁନିକ ସମୟରେ ଲୋକଙ୍କ ମଧ୍ୟରେ ହ୍ୱାଟସଆପର ଚାହିଦା ଲୋକଙ୍କ ମଧ୍ୟରେ ରହିଛି । ଏପରି ଖୁବ କମ ଲୋକ ଥିବେ ଯେ ହ୍ୱାଟସଆପ ବ୍ୟବହାର କରୁନଥିବେ । କିଛି ମେସେଜ ସାମ୍ନାକୁ ଆସିବା ମାତ୍ରେ ଏହା ତୁରନ୍ତୁ ହ୍ୱାଟସଆପରେ ଭାଇରାଲ ହେବାକୁ ଲାଗିଥାଏ । ଲୋକେ ମଧ୍ୟ ଏହି ସବୁ ଖବରକୁ ଆଖିବନ୍ଦ କରି ବିଶ୍ୱାସ କରି ନିଅନ୍ତି । ତେବେ ଏହି ଭାଇରାଲ ମେସେଜ କିଛି ସତ ଥାଏ କିଛି ମିଛ । ତେବେ ଇତି ମଧ୍ୟରେ ସେନାଲି ବେନ୍ଦ୍ରେଙ୍କ ନାମରେ ଏକ ହ୍ୱାଟସଅପ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୋନାଲି ତାଙ୍କ ପୋଷ୍ଟରେ କ୍ୟାନସର ହେବାର ସୂଚନା ଦେଇଥିଲେ । କିନ୍ତୁ ସେ ଗର୍ଭାଶୟ କ୍ୟାନସସରେ ପିଡିତ ବୋଲି କୌଣସି ସୂଚନା ଦେଇନଥିଲେ । ଏଥିରୁ ଜଣା ପଡୁଛି ଯେ କେହିଜଣେ ତାଙ୍କ ନାମକୁ ବ୍ୟବହାର କରି ଏହି ମିଥ୍ୟା ଖବର ପ୍ରଚାର କରୁଛି । ଏଥିସହିତ ଆଉ ଏକ ମେସେଜ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ଏଥିପ୍ରତି ସାବଧାନ ରହିବା ପାଇଁ କିଛି ପରାମର୍ଶ ଦେଇଛନ୍ତି ।

sonali

ତେବେ ମେସେଜର ସତ୍ୟାସତ୍ୟ ନ ଜାଣି ଲୋକେ ଏହାକୁ ଭାଇରାଲ କରିବାରେ ଲାଗିଛନ୍ତି। ଟାଟା କ୍ୟାନସର ହସପିଟାଲ ନାମରେ ଏହି ମେସେଜ ଭାଇରାଲ ହେଉଛି। ଟାଟା କ୍ୟାନସର ହସପିଟାଲ ପକ୍ଷରୁ ଏହି ବାର୍ତ୍ତାଟି ଜାରି କରାଯାଇଥିବା ଉକ୍ତ ମେସେଜରେ ଉଲ୍ଲେଖ ରହିଛି। ବ୍ଲାକ୍ ବ୍ରା ପିନ୍ଧୁଥିବା ଅନେକ ମହିଳାଙ୍କର ଏହି କାରଣରୁ ମୃତ୍ୟୁ ଘଟୁଥିବା ଉକ୍ତ ମେସେଜରେ ସତର୍କ କରାଯାଇଛି। ସେହିପରି ମହିଳାମାନଙ୍କ ଉଦ୍ଦେଶ୍ୟରେ ଏହାର ପ୍ରତିକାର ବ୍ୟବସ୍ଥା ନେଇ ଆଉକିଛି ବାର୍ତ୍ତା ମଧ୍ୟ ରହିଛି।

sonali1

ଯେମିତିକି, ପ୍ରତ୍ୟେକ ଦିନ ବ୍ରା ଧୋଇବା ଜରୁରୀ, ଗରମ ଦିନେ ବ୍ଲାକ୍ ବ୍ରା ପିନ୍ଧନ୍ତୁ ନାହିଁ, ଶୋଇବା ବେଳେ ବ୍ରା ପିନ୍ଧିବା ଅନୁଚିତ୍ ଇତ୍ୟାଦି। ଏମିତି ଅନେକ କଥା ଉଲ୍ଲେଖ ଥାଇ ମେସେଜଟିକୁ ଅନ୍ୟମାନଙ୍କୁ ପଠେଇବା ପାଇଁ ଅନୁରୋଧ ରହିଛି। ଏହି ବାର୍ତ୍ତା ଟାଟା କ୍ୟାନ୍ସର ହସପିଟାଲ ପକ୍ଷରୁ ଜାରି ହୋଇଥିବା ଉଲ୍ଲେଖ ରହିଛି। ତେବେ ଖବରଟି ସଂପର୍କରେ ଟାଟା କ୍ୟାନ୍ସର ହସପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି। କହିଛନ୍ତି- ସେମିତି କୌଣସି ମେସେଜ୍ ଆମ ହସପିଟାଲ ପକ୍ଷରୁ ଜାରି କରାଯାଇ ନାହିଁ। ଏହା ଏକ ଗୁଜବ। ଏଥିରେ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦିଆଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More