Only for Entertainment

ବଲିଉଡ ନୁହେଁ ବରଂ କାନାଡିୟାନ ସିଙ୍ଗରଙ୍କୁ ଡେଟ କରୁଛନ୍ତି ବଲିଉଡ ଅଭିନେତ୍ରୀ ଆଥିୟା !

youtube
0 43

ସପ୍ତାହ ପୂର୍ବରୁ ବଲିଉଡର ଅନ୍ନା ସୁନୀଲ ସେଟ୍ଟୀ ନିଜ ୫୭ତମ ଜନ୍ମ ଦିବସ ପାଳନ କରିଥିଲେ । ଏହା ଜରିଆରେ ଫ୍ୟାନ୍ସ ଏବଂ ବଲିଉଡ ଜଗତର ଅନେକ କଳାକାର ତାଙ୍କର ଜନ୍ମଦିନରେ ଶୁଭକାମନା ଜଣାଇଛନ୍ତି । ସେହି ତାଙ୍କ ଝିଅ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋ ଖୁବ ପୁରୁଣା ଏଥିରେ ସେ ସୁନୀଲ ସେଟ୍ଟୀଙ୍କ ସହ ଆଥିୟା ଖୁବ କ୍ୟୁଟ ନଜର ଆସୁଛନ୍ତି ।

ଆଥିୟା ଏହାକୁ ପୋଷ୍ଟ କଲା ପରେ କିଛି ମୂହୁର୍ତ୍ତ ମଧ୍ୟରେ ଏହି ଫଟୋ ଭାଇରାଲ ହେବାରେ ଲାଗିଥିଲା । ବଲିଉଡ ଜଗତର ଅନେକ କଳାକାର ଏହାକୁ ଲାଇକ ଏବଂ କମେଂଟ କରିବା ଆରମ୍ଭ କରିଥିଲେ । ମାତ୍ର ଯେତେବେଳେ କାନାଡିୟାନ ର୍ୟାପର ଡ୍ରେକ ଏହି ଫଟୋରେ କମେଂଟ କଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ତାଙ୍କର ଆଥିୟାଙ୍କ ସହ କଣ ସମ୍ପର୍କ ?

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ର୍ୟାପର ‘ଇନ ମାୟ ଫିଲିଂ’ ଏବଂ ‘କିକି ଚ୍ୟାଲେଂଜ’କାରଣରୁ ସେ ଫେମସ ହୋଇଛନ୍ତି । ସୁନୀଲ ଏବଂ ଆଥିୟାଙ୍କ ଫଟୋରେ ଡ୍ରେକ ଲେଖିଛନ୍ତି ଲିଜେଂଡ ଏହାପରେ ଆଥିୟା ନୀଳ ରଂଗର ହାର୍ଟ ଇମୋଜି ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ବରୁଣ ଏହାପରେ ଏହି ଫଟୋରେ କମେଂଟ କରି ଲେଖିଲେ ଯେ ଆଥିୟାକୁ କିଭଳି ଜଣାଥିଲା ଯେ ତମେ ହିଁ କିକି? ଏହାପରେ ଡ୍ରେକ କମେଂଟରେ ଲେଖିଲେ ଡୁ ୟୁ ଲଭ ମି? ସୋସିଆଲ ମିଡିଆରେ ଯେଉଁଭଳି ଡ୍ରେକ, ଆଥିୟା ଏବଂ ବରୁଣ ମସ୍ତି କରୁଥିବାର ନଜର ଆସିଲେ ଏହା ଦେଖି ସମସ୍ତେ ଅନୁମାନ ଲଗାଉଛନ୍ତି ଯେ ଆଥିୟା ଏବଂ ଡ୍ରେକ ଦୁହିଁଙ୍କୁ ଡେଟ କରୁଛନ୍ତି ।

ଖବର ମୁତାବକ ଦୁହେଁ ଏକ ପାର୍ଟିରେ ପରସ୍ପର ସହ ଲସଏଂଜେଲସରେ ଭେଟ ହୋଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା ହୋଇଥିଲା । ଏହାପରେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଫଲେ କରିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More