Only for Entertainment

୨୦୧୯ ରେ ବିବାହ କରିବେ କି ଅଭିନେତ୍ରୀ ସୁସ୍ମିତା ସେନ, ଦେଲେ ଏହି ହିଣ୍ଟ ।

India Today
30

ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍ । ନୂଆ ବର୍ଷ ପାଳନ ଅବସରରେ ଏମିତି କିଛି ହିଂଟ୍ ଦେଇଛନ୍ତି ସୁସ୍ମିତା । ପରିବାର ସହ ନବ ବର୍ଷର ସେଲିବ୍ରେସନ୍ ସମୟରେ ସୁସ୍ମିତା କହିଛନ୍ତି ୨୦୧୯ ତାଙ୍କ ପାଇଁ ଅନେକ ଖୁସି ଆଣିବ । ଲାଗୁଛି ଖୁବଶୀଘ୍ର ନିଜ ବୟଫ୍ରେଣ୍ଡ ରୋହମାନ ସଲଙ୍କୁ ବିବାହ କରିବାର ଯୋଜନା କରିଛନ୍ତି ସୁସ୍ମିତା । ଭିଡିଓରେ ରୋହମାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ ମଡେଲ୍ ରୋହମାନଙ୍କୁ ଡେଟ୍ କରୁଛନ୍ତି ସୁସ୍ମିତା ।

 

ନିକଟରେ ବାହୁବଳୀ ନିର୍ଦ୍ଦେଶକ ଏସଏସ ରାଜମୌଲୀଙ୍କ ପୁଅ କାର୍ତ୍ତିକେୟଙ୍କ ବିବାହରେ ମଧ୍ୟ ସୁସ୍ମିତା ଏବଂ ରୋହମାନଙ୍କ ସହିତ ଦେଖିବାକୁ ମିଳିଥିଲା । ଦୁହିଁଙ୍କ କେମେଷ୍ଟ୍ରୀ ଫଟୋ ଏବଂ ଭିଡିଓରେ ଦେଖିବାକୁ ମିଳିଥିଲା । କହିରଖୁଛୁ ଯେ, ରୋହମାନ ସୁସ୍ମିତାଙ୍କ ଠାରୁ ୧୫ ବର୍ଷ ସାନ ଏବଂ ସେ ଜଣେ ମଡେଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More