Only for Entertainment

ଷ୍ଟୁଡେଂଟ ଅଫ ଦ ଇୟର’ର ଅଭିନେତା ସିଦ୍ଧାର୍ଥ ଷ୍ଟୁଡେଂଟ ଅଫ ଦ ଇୟର ୨ର ତାରାଙ୍କୁ କରୁଛନ୍ତି ଡେଟ !

20

ବଲିଉଡରେ ଲିଙ୍କ ଅପ୍ ଓ ବ୍ରେକ୍ ଅପ ର ଖବର ସାଧାରଣ କଥା । ପ୍ରତ୍ୟେକ ଦିନ କାହାର ନା କାହାର ବ୍ରେକ୍ ଅପ୍ ଓ ଲିଙ୍କ ଅପ୍ ଖବର ସାମ୍ନାକୁ ଆସିଥାଏ । ଏହି ତାଲିକାରେ ଏବେ ସାମିଲ୍ ହୋଇଛି ଆଉ ଏକ ଯୋଡିର ନାମ । ସେମାନେ ହେଲେ ସିଦ୍ଧାର୍ଥ ମଲହୋତ୍ରା ଓ ତାରା ସତାରିଆ ।

ତାରା ସତାରିୟା ବଲିଉଡର ଏକ୍ସ ଷ୍ଟୁଡେଂଟ୍ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଡେଟ୍ କରୁଥିବା ଖବର ଏବେ ଚର୍ଚ୍ଚା ସାଉଁଟିଛି ମାୟାନଗରୀରେ । ମିଡିଆ ବି ଏମାନଙ୍କୁ ଏକାଠି ଅନେକ ସ୍ଥାନରେ ସ୍ପଟ୍ କରୁଛନ୍ତି । ଆଉ ସୋସିଆଲ୍ ମିଡିଆରେ ବି ଏମାନଙ୍କ ଫଟୋ ଭାଇରାଲ୍ ହୋଇଛି । ଏବେ ଦେଖିବାକୁ ବାକି ରହିଲା ଏହି ଖବର ଟି କେତେ ଦୁର ସତ ହୋଇଛି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିକଟରେ ତାରା ସୁତରିୟାଙ୍କ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର୨ ରିଲିଜ ହୋଇଥିଲା । ଏହି ଫିଲ୍ମରେ ସେ ବଲିଉଡରେ ପ୍ରଥମ ଥର ପାଦ ରଖିଥିଲେ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ଟାଇଗର ଶ୍ରଫ ଏବଂ ଅନନ୍ୟା ପାଣ୍ଡେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More