Only for Entertainment

ଇଶା-ଆନନ୍ଦଙ୍କ ସଙ୍ଗୀତ ସେରେମାନିରେ ବଲିଉଡ ଗୀତରେ ଠୁମକା ଲଗାଇଲେ ମୁକେଶ ଏବଂ ନୀତା ଅମ୍ବାନୀ, ଦେଖନ୍ତୁ ଫଟୋ ଏବଂ ଭିଡିଓ…

BollywoodShaadis
39

ଆରମ୍ଭ ହୋଇଯାଇଛି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରେ ବିବାହ ଫଙ୍କସନ । ଏହି ପ୍ରି ୱେଡ଼ିଂଗ ଫଙ୍କସନ ସମସ୍ତ କାର୍ଯ୍ୟ ରାଜସ୍ଥାନ ଉଦୟପୁରରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ମୁକେଶ ଅମ୍ବାନୀ ଗରିବ ଲୋକଙ୍କ ପାଇଁ ଅନ୍ନସେବା କାର୍ଯ୍ୟକ୍ରମ କରିଛନ୍ତି । ଏହି ଅନ୍ନସେବା କାର୍ଯ୍ୟକ୍ରମ ୫୧ ଶହ ଗରିବ ଲୋକ ଖାଇଥିବା ସୂଚନା ରହିଛି । ଏଥିପାଇଁ ରାଜସ୍ଥାନ ଉଦୟପୁରରେ ପହଁଚିବାରେ ଲାଗିଛନ୍ତି ଜଣକପରେ ଜଣେ ସେଲିବ୍ରିଟି  । ଈଶା ଅମ୍ବାନୀଙ୍କ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଲ୍ ଓ ହିଲାରୀ କ୍ଲିଂଟନ୍, ସୁନିଲ ମିତଲ, ମହିନ୍ଦର ସିଂ ଧୋନିଙ୍କ ପରି ଅନେକ ପରିଚିତ ବ୍ୟକ୍ତିତ୍ୱ ଉଦୟପୁର ପହଁଚିଛନ୍ତି  ।

ନିକଟରେ ଇଶାଙ୍କ ସଙ୍ଗୀତ ସେରେମାନିର ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ପୁରା ପରିବାର ଖୁସୀରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସଙ୍ଗୀତ ସେରେମୋନିରେ ଅନେକ ପରିଚିତ ବ୍ୟକ୍ତିଙ୍କ ସମେତ ଅନେକ ବଲିଉଡ କଳାକାର ଯୋଗ ଦେଇଥିଲେ । ଦେଖନ୍ତୁ ଫଟୋ ଏବଂ ଭିଡିଓ-

 

View this post on Instagram

 

#ishaambani

A post shared by Shloka Mehta (@shloka_mehta_official) on

 

ସୂଚନା ଅନୁଯାୟୀ, ଇଶା ଅମ୍ବାନୀଙ୍କ ପ୍ରି ୱେଡ଼ିଂଗ ଫଙ୍କସନ ବେଶ୍ ଧୁମଧାମରେ ପାଳନ ହୋଇଥିବା ବେଳେ ଇଶାଙ୍କ ବିବାହ ଡିସେମ୍ବର ୧୨ ତାରିଖରେ ମୁମ୍ବାଇରେ ହେବ ବୋଲି ସୂଚନାରୁ ଜଣା ପଡିଛି । ଏଥିସହିତ ଇଶାଙ୍କ ଏହି ବାହାଘର କାର୍ଯ୍ୟକ୍ରମ ପାଇଁ ମହା ରାଣା ପ୍ରତାପ ଏୟାରପୋର୍ଟରେ ୪୦ଟି ଚାଟାର୍ଡ ପ୍ଲେନ୍ ପହଁଚିଥିବା ଜଣାପଡ଼ିଛି । ଏହା ପୂର୍ବରୁ ମୁକେଶ ଅମ୍ବାନୀ ଗରିବ ଲୋକଙ୍କ ପାଇଁ ଅନ୍ନସେବା କାର୍ଯ୍ୟକ୍ରମ କରିଛନ୍ତି । ଅନ୍ନସେବା କାର୍ଯ୍ୟକ୍ରମରେ ୫୧ ଶହ ଗରିବ ଲୋକଙ୍କୁ ଖାଦ୍ୟ ପରସିଛନ୍ତି ପରିବାର ।

Isha-Ambani

କେବଳ ସେତିକି ନୁହେଁ ଇଶାଙ୍କ ଏହି ବିବାହ ଉତ୍ସବରେ ବଲିଉଡର ବଡ ବଡ ତାରକାମାନେ ମଧ୍ୟ ଯୋଗ ଦେଇଛନ୍ତି । ଯେପରିକି, ଅନିଲ କପୁର, ସୋନମ କାପୁର, ଅମିରଖାନ, ପ୍ରିୟଙ୍କା ଚୋପ୍ରା ଏବଂ ଅଭିଶେକ ବଚନଙ୍କ ସମେତ ଆଉ ମଧ୍ୟ ଅନେକ ଅଭିନେତା ଅଭିନେତ୍ରୀ ଯୋଗ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More