Only for Entertainment

ଜାଣନ୍ତୁ କେତେ ରହିଛି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ କାର୍ଡର ମୂଲ୍ୟ

DNA India
106

ଦେଶର ଶ୍ରେଷ୍ଠ ଧନୀକ ମୁକେଶ ଅମ୍ବାନୀ ନିଜ ଝିଅ ଇଶାଙ୍କ ବିବାହ ପାଇଁ ହାତଖୋଲା ଖର୍ଚ୍ଚ କରିବେ । ଏବେ ଇଶାଙ୍କ ବିବାହ କାର୍ଡର ଭିଡିଓ ବଜାରକୁ ଆସିଛି । ଆଉ ଏହି କାର୍ଡର ମୂଲ୍ୟ ୩ଲକ୍ଷ ଟଙ୍କା କୁହାଯାଉଛି । ଏକ ସ୍ୱତନ୍ତ୍ର ବାକ୍ସରେ ଥିବା ଏହି କାର୍ଡ ଉପରେ ଇଂରାଜୀରେ ଆଇଏ ଲେଖାଯାଇଥିଲା ବେଳେ ବାକ୍ସ ଖୋଲିବା ମାତ୍ରେ ବାଜୁଛି ଗାୟତ୍ରୀମନ୍ତ୍ର ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୨ରେ ଇଶା ଆନନ୍ଦ ପିରାମଲକୁ ବିବାହ କରିବେ । ଏହି ବିବାହ କାର୍ଡ ପିଙ୍କ ରଙ୍ଗର ହୋଇଥିଲା ବେଳେ ଏଥିରେ ସୁନା ଛାଉଣୀ ରହିଛି । ଫୁଲରେ ଏହି କାର୍ଡ ସଜା ହୋଇଥିଲା ବେଳେ ଭିତରେ ଶୁଭ ଅଭିନନ୍ଦନ ସହ ବିବାହ ସୂଚନା ରହିଛି । ସୁନାର ଏମ୍ରୋଡୋରିରେ ଏହି କାର୍ଡକୁ ସଜାଯାଇଛି । ବକ୍ସ ଭିତରେ ମା’ ଲକ୍ଷ୍ମୀଙ୍କର ଏକ ଫଟୋ ରହିଥିଲା ବେଳେ ଏହା ଖୋଲିବା ମାତ୍ରେ ଗାୟତ୍ରୀମନ୍ତ୍ର ସ୍ପଷ୍ଟ ଶୁଣାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More