Only for Entertainment

୬୦ ଡ୍ୟାନ୍ସରଙ୍କ ସହିତ ଇଶା-ଆନନ୍ଦଙ୍କ ପ୍ରି-ୱେଡିଂ ଇଭେଣ୍ଟରେ ପର୍ଫମ କରିବେ ବେୟୋନ୍ସ

DNA India
20

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଡିସେମ୍ବର ୧୨ରେ ଆନନ୍ଦ ପିରାମଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ପ୍ରି-ୱେଡିଂ ଇଭେଣ୍ଟ ଉଦୟପୁରରେ ଆୟୋଜନ କରାଯାଇଛି । ପ୍ରି-ୱେଡିଂ ଇଭେଣ୍ଟ ପାଇଁ ଦେଶ ବିଦେଶରୁ ଗେଷ୍ଟ ପହଁଚିଛନ୍ତି । ଏହି ଗ୍ରାଣ୍ଡ ୱେଡିଂରେ ସାମିଲ ହେବାକୁଥିବା ଅତିଥିମାନଙ୍କ ମଧ୍ୟରେ ଆମେରିକାନ ସିଙ୍ଗର ବେୟୋନ୍ସଙ୍କ ନାମ ମଧ୍ୟ ସାମିଲ ରହିଛି ।

ରିପୋର୍ଟ ଅନୁସାରେ ବେୟୋନ୍ସ ରବିବାର ଭାରତରେ ପହଁଚିବେ । ଏହାପରେ ଇଶା-ଆନନ୍ଦଙ୍କ ପ୍ରି-ୱେଡିଂ ଇଭେଣ୍ଟରେ ସାମିଲ ହୋଇ ସୋମବାର ଆମେରିକା ଫେରିଯିବେ । ପ୍ରି-ୱେଡିଂ ଇଭେଣ୍ଟରେ ବେୟୋନ୍ସ ୬୦ ଡ୍ୟାନ୍ସରଙ୍କ ସହିତ ମିଶି ଏକ ଖାସ ପର୍ଫମାନ୍ସ ଦେବେ ।
କହୁିରଖୁଛୁ ଯେ, ଆମେରିକାନ ରାଜନେତା ହିଲାରୀ କ୍ଲିଣ୍ଟନ ବିବାହରେ ଯୋଗ ଦେବା ପାଇଁ ଉଦୟପୁରରେ ପହଁଚିସାରିଛନ୍ତି । ଏହା ବ୍ୟତିତ ଅନେକ ପରିଚିତ ବ୍ୟକ୍ତି ଏବଂ କଳାକାର ମଧ୍ୟ ସାମିଲ ହୋଇଛନ୍ତି ।

ଅତିଥିମାନଙ୍କ ଯିବା ଆସିବା ପାଇଁ ୪୦ଟି ଚାଟାର୍ଡ ପ୍ଲେନ ବୁକ କରାଯାଇଛି । ଏହା ସହିତ ୧୦୦୦ଟି ଲଗଜୁରୀ କାର ମଧ୍ୟ ବୁକ କରାଯାଇଛି । ସହରର ସମ,ସ୍ତ ୫ଷ୍ଟାର ହୋଟେଲରେ ଅତିଥି ରହିବା ପାଇଁ ବ୍ୟବସ୍ତା କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More