Only for Entertainment

ହୋଟେଲ ମାଲିକଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଈଶା ଗୁପ୍ତା । ଆଶ୍ଚର୍ଯ୍ୟ କରିଦେବ ଅଭିନେତ୍ରୀଙ୍କ ଟ୍ୱିଟ ।

68

କିଛି ଦିନ ପୂର୍ବରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିଲା ମି ଟୁ ଅଭିଯାନ । ଯେଉଁଥିରେ ବଡ଼ ବଡ଼ କଳାକାର ଯେପରି ନାନା ପାଟେକର ଏବଂ ସଂସ୍କାରୀ ବାପୁଜୀ ଆଲୋକନାଥଙ୍କ ପର୍ଯ୍ୟନ୍ତ ନାମିଦାମୀ ପ୍ରସିଦ୍ଧ ବ୍ୟକ୍ତି ଫସି ଯାଇଥିଲେ ଏବଂ ଏଥିପାଇଁ ସେମାନଙ୍କୁ କଠୋର ଦଣ୍ଡ ମଧ୍ୟ ମିଳିଥିଲା । କିନ୍ତୁ ପୁଣିଥରେ ସେହିଭଳି ଏକ ଘଟଣାର ସାମ୍ନା କରିଛନ୍ତି ବଲିଉଡ ଅଭିନେତ୍ରୀ ଈଶା ଗୁପ୍ତା । ଯଦିଓ ସେ ମି ଟୁ ଅଭିଯାନରେ ନିଜକୁ ସାମିଲ କରିନାହାଁନ୍ତି ତଥାପି ପରୋକ୍ଷ ଭାବରେ ସେ ଏହାକୁ ସମର୍ଥନ କରିଥିବା ଜଣାପଡ଼ିଛି ।

ଅଭିନେତ୍ରୀ ଇଶା ଗୁପ୍ତା ଏକ ହୋଟେଲ ମାଲିକଙ୍କ ଉପରେ ନିଜ ସହ ଅନୁଚିତ ବ୍ୟବହାର କରିଥିବା ନେଇ ଆରୋପ ଲଗାଇଛନ୍ତି । ଫିଲ୍ମ ରିଳିଜ୍‌ ହେବା ପରେ ନିଜ ବନ୍ଧୁଙ୍କ ସହ ଦିନଟିକୁ ବିତାଇବା ପାଇଁ ହୋଟେଲ ପହଞ୍ଚିଥିଲେ ଇଶା । ସେଠାରେ ହୋଟେଲର ମାଲିକ ରୋହିତ ବିଗ୍‌ ତାଙ୍କୁ ଖରାପ ନଜରରେ ଦେଖିଥିଲେ । ଏ ବିଷୟରେ ଟୁଇଟ୍‌ କରି ଜଣାଇଛନ୍ତି ଇଶା । ରୋହିତ ଆଖିରେ ଆଖିରେ ତାଙ୍କର ଦୁଷ୍କର୍ମ କରିଥିବା ଲେଖିଛନ୍ତି ଇଶା ।ସୂଚନା ମୁତାବକ, ଶୁକ୍ରବାର ଇଶା ଗୁପ୍ତାଙ୍କ ଫିଲ୍ମ ‘ଓ୍ଵାନ ଡେ ଜଷ୍ଟିସ ଡେଲିଭର୍ଡ’ ରିଲିଜ୍‌ ହୋଇଥିଲା । ଫିଲ୍ମ ରିଲିଜ୍‌ ପରେ ଇଶା ନିଜ ବନ୍ଧୁମାନଙ୍କୁ ନେଇ ହୋଟେଲ ପହଞ୍ଚିଥିଲେ । ଏହା ପରେ ତାଙ୍କ ସହ ଯାହା ଘଟିଥିଲା ତାହା ଟୁଇଟ୍‌ କରି ଜଣାଇଛନ୍ତି ଇଶା ।

ଯଦି ମୋ ଭଳି ଜଣେ ମହିଳା ଅସୁରକ୍ଷିତ ମନେ କରୁଛନ୍ତି, ତେବେ ଦେଶରେ ଥିବା ଅନ୍ୟ ମହିଳା କିଭଳି ଅନୁଭବ କରୁଥିବେ । ମୋ ସହ ଦୁଇଟି ଗାର୍ଡ ଥାଇ ମଧ୍ୟ ମୁଁ ଡରିଥିଲି । ରୋହିତ ଆଖିରେ ହିଁ ମୋ ସହ ଦୁଷ୍କର୍ମ କରିଥିଲେ । ରୋହିତଙ୍କ ଭଳି ଲୋକ, ଯିଏ ମହିଳାଙ୍କୁ ଅନାଇବା ସହ ତାଙ୍କୁ ଅସହଜ ମନେ କରାଇଥାନ୍ତି । ଏଭଳି କରିବା ସେମାନଙ୍କୁ କିଛି ଭୁଲ ବୋଲି ଲାଗେ ନାହିଁ । ସେ ମୋତେ ଛୁଇଁ ନାହାନ୍ତି କି କିଛି କହି ନାହାନ୍ତି । କିନ୍ତୁ ତାଙ୍କ ନଜରରେ ସେ ବହୁତ କିଛି କରି ସାରିଥିଲେ ବୋଲି ଲେଖିଛନ୍ତି ଇଶା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More