Only for Entertainment

ବିଳମ୍ବିତ ରାତିରେ ଈଶାନ ଏବଂ ଜାହ୍ନବୀ କଲେ ଏଭଳି ୱାର୍କଆଉଟ, ଦେଖନ୍ତୁ ଭିଡିଓ !

The Indian Express
0 62

ପ୍ରଥମ ଫିଲ୍ମରେ ହିଁ ଷ୍ଟାରଡମ କୁହାଯାଉଥିବା ଅଭିନେତ୍ରୀ ଜାହ୍ନବୀ କପୂର ଈଶାନ ଖଟ୍ଟରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଦୁହେଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ମଇଦାନରେ ଟ୍ରେନର ସହ ୱାର୍କଆଉଟ କରୁଥିବାର ନଜର ଆସିଛନ୍ତି । ଈଶାନ ଏବଂ ଜାହ୍ନବୀ ଏହି ଭିଡିଓରେ କଠିନ ୱାର୍କଅ୍ଧମଙ୍କ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓକୁ ଖୁବ ପସନ୍ଦ କରାଯାଉଛି ।

ଏହି ଭିଡିଓକୁ ଫ୍ୟାନ୍ସ ଲାଇକ ଏବଂ ଶେୟାର କରିବାରେ ଲାଗିପଡିଛନ୍ତି । ଈଶାନ ଖଟ୍ଟର ଏବଂ ଜାହ୍ନବୀ ଦୁହିଁଙ୍କ ଶରୀର ଖୁବ ଫିଟ ଥିବା ନଜର ଆସୁଛି ଏବଂ ନିଜକୁ ମେଂଠେନ ରଖିବା ଲାଗି ଖୁବ ପରିଶ୍ରମ କରୁଥିବା ଏବଂ ଝାଳ ବୁହାଉଥିବାର ନଜର ଆସିଛନ୍ତି । ଏହି ଷ୍ଟାର କିଡ ନିଜ ବଲିଉଡ ଡେବ୍ୟୁ ପୂର୍ବରୁ ହିଁ ସାରା ଦେଶରେ ପରିଚିତ ଥିଲେ ।

ସେହିଭଳି ଡେବ୍ୟୁ ଫିଲ୍ମ ‘ଧଡକ’ ରିଲିଜ ପରେ ବକ୍ସ ଅଫିସରେ ଚର୍ଚ୍ଚା ଜୋର ଧରିଥିଲା । ଏହି ଫିଲ୍ମ ଡେବ୍ୟୁ କଳାକାରଙ୍କ ପାଇଁ ବଡ ଓପନିଂ ସାବ୍ୟସ୍ତ ହୋଇ ପାରିଛି । ଏଠାରେ ଆମେ କହି ରଖୁଛୁ ଯେ ଦିବଙ୍ଗତ ଅଭିନେତ୍ରୀ ଶ୍ରଦେବୀ ଅନେକ ଦିନ ଧରି ଏହି ଫିଲ୍ମ ପାଇଁ ତାଙ୍କ ଝିଅ ଜାହ୍ନବୀଙ୍କୁ ପ୍ରସ୍ତୁତ କରୁଥିଲେ । ମାତ୍ର ଦୁଃଖର ବିଷୟ ସେ ଝିଅର ଡେବ୍ୟୁ ଫିଲ୍ମ ଦେଖିପାରିଲେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More