Only for Entertainment

ଜାହ୍ନବୀଙ୍କ ସହ ରାଜକୁମାର ରାଓଙ୍କ ଫଟୋ ଦେଖି ନାରାଜ ହେଲେ ଇଶାନ!

46

ଅଭିନେତ୍ରୀ ଜାହ୍ନବୀ କପୂର ଏବଂ ଇଶାନ ଖଟ୍ଟରଙ୍କ ଯୋଡି ଫ୍ୟାନ୍ସଙ୍କୁ ଖୁବ ପସନ୍ଦ । ଫିଲ୍ମ ଧଡକରେ ଦୁହିଁଙ୍କ ଭତତରେ ଥିବା କେମେଷ୍ଟ୍ରି ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ରିଅଲ ଲାଇଫରେ ମଧ୍ୟ ଦୁହେଁ ଦୁହିଁଙ୍କ ମଧ୍ୟରେ ବଣ୍ଡିଂ ଭଲ ଶେୟାର କରନ୍ତି । ଏହିକାରଣରୁ ଦୁହିଁଙ୍କୁ ନେଇ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚ ଜୋର ଧରିଥିଲା । ତାଙ୍କର ସ୍ପେଶାଲ ବଣ୍ଡିଂର ଝଲକ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ଜାହ୍ନବୀଙ୍କ ଫଟୋରେ ଇଶାନ କମେଂଟ କରିଥିଲେ ।

ଅସଲରେ ଜାହ୍ନବୀ କପୂର ନିଜ ଇନଷ୍ଟାଗ୍ରାମରେ ରାଜକୁମାର ରାଓଙ୍କ ସହ ଫଟୋ ଶେୟାର କରିଛନ୍ତି, ଯାହାକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରୁଛନ୍ତି । ଲକ୍ଷ ଲକ୍ଷ ଲାଇକ୍ସ ଏବଂ କମେଂଟ କରୁଥିବା ଲୋକଙ୍କ ମଧ୍ୟରେ ଇଶାନ ଖଟ୍ଟର ମଧ୍ୟ ସାମିଲ ଅଛନ୍ତି ।

ସେ ମଜାକିଆ ଅନ୍ଦାଜରେ ରାଗ ଜାହିର କରିଛନ୍ତି ଯେ ଜାହ୍ନବୀ ତାଙ୍କୁ ଫଟୋ କ୍ରେଡିଟ ଦେଲେ ନାହିଁ । ଏହାପରେ ସେ ଲେଖିଛନ୍ତି ଯେ ଏବେ ଏଭଳି ହେବ ତ ହଉ ବିନା ଫଟୋ କ୍ରେଡିଟରେ ମୁଁ ବଂଚିଯିବି ।

ଏଠାରେ ଆମେ କହି ରଖୁଛୁ ଯେ ଜାହ୍ନବୀ ଏବଂ ରାଜକୁମାର ରାଓଙ୍କ ଏହି ଫଟୋ ଫିଲ୍ମଫେୟାର ମିଡଲ ଇଷ୍ଟ ଆୱାର୍ଡ ସମୟର ଅଟେ । ଏହି ଫଙ୍କସନରେ ଇଶାନ ଏବଂ ଜାହ୍ନବୀ ଦର୍ଶକଙ୍କ ଚାହିଦା ପୂରଣ କରିବା ପାଇଁ ଝିଙ୍ଗାଟ ଗୀତରେ ଛୋଟ ପରଫର୍ମାନ୍ସ ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More