Only for Entertainment

ସେଫ ହେଲେ ଜାହ୍ନବୀ କପୂର, ଈଶାନ ଖଟ୍ଟର ସୋସିଆଲ ମିଡିଆରେ କଲେ ଶେୟାର !

Hindustan
30

ଜାହ୍ନବୀ କପୂର ଏବଂ ଇଶାନ ଖଟ୍ଟରଙ୍କ ଯୋଡି ଧଡକ ଫିଲ୍ମ ସମସ୍ତଙ୍କ ହୃଦୟ କିଣି ନେଇଥିଲା । ଜାହ୍ନବୀଙ୍କ ଏହି ପ୍ରଥମ ଫିଲ୍ମ ଖୁବ ଚର୍ଚ୍ଚା ସାଉଂଟିଥିଲା । ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ ପ୍ରଶଂସା ମଧ୍ୟ ମିଳିଥିଲା । ଏହାବ୍ୟତୀତ ଜାହ୍ନବୀ ଏବଂ ଇଶାନଙ୍କ ବଣ୍ଡିଂକୁ ସମସ୍ତେ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ଦୁହେଁ ପର୍ସନାଲ ଲାଇଫରେ ମଧ୍ୟ ଖୁବ ଭଲ ବନ୍ଧୁ ଅଟନ୍ତି । ନିକଟରେ ଇଶାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ପକାଇଥିଲେ , ଯେଉଁଥିରେ ଜାହ୍ନବୀ ରୋଷେଇ କରୁଥିବାର ନଜର ଆସିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଇଶାନ ଏବଂ ଜାହ୍ନବୀଙ୍କ ମଧ୍ୟରେ ଧଡକ ଫିଲ୍ମ ସୁଟିଂ ସମୟରେ ଅଫେୟାର ଥିବା ନେଇ ଖୁବ ଚର୍ଚ୍ଚା ହୋଇଥିଲା ଏବଂ ଏହି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ କରଣ ଜୋହରଙ୍କ ଶୋ’ରେ ଦୁହିଁଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ଦୁହେଁ ପରିଷ୍କାର ଭାବେ ମନା କରିଦେଇଥିଲେ । କେବଳ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବା କହିଥିଲେ ଇଶାନ ଏବଂ ଜାହ୍ନବୀ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଜାହ୍ନବୀ ଖୁବ ଶୀଘ୍ର କଳଙ୍କ ଫିଲ୍ମରେ ନଜର ଆସିବେ ଏବଂ ତାଙ୍କ ହାତରେ ଆଉ ଦୁଇଟି ଫିଲ୍ମ ରହିଛି । ଗୁଂଜନ ସକସେନା ବାୟୋପିକ ଏବଂ ରୁହ-ଅଫଜାରେ ରାଜକୁମାର ରାଓଙ୍କ ସହ ନଜର ଆସିବେ ଜାହ୍ନବୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More