Only for Entertainment

ଖୁବ ଶୀଘ୍ର ପରଦାରେ ଦେଖିବାକୁ ମିଳିବ ଅନନ୍ୟା-ଇଶାନଙ୍କ ଯୋଡି

NewsState
42

ଏଥର ବଲିଉଡରେ ନବାଗତଙ୍କ ଭିଡ଼ ଦେଖିବାକୁ ମିଳୁଛି । ନବାଗତ ଅଭିନେତା ଓ ଅଭିନେତ୍ରୀଙ୍କୁ ଏକାଠି ପରଦାରେ ଦେଖିବା ପାଇଁ ଦର୍ଶକ ମାନେ ମଧ୍ୟ ଖୁବ୍‍ ପସନ୍ଦ କରୁଛନ୍ତି । ଏଥର ଦେଖିବାକୁ ମିଳିବ ଈଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କୁ ଅଲ୍ଲୀ ଅବାସ୍‍ ଜାଫର୍‍ଙ୍କ ଆଗାମୀ ଫିଲ୍ମରେ । ଅଲ୍ଲୀ ଅବାସ୍‍ଙ୍କ ଏହି ରୋମାଣ୍ଟିକ୍‍ ଫିଲ୍ମଟିର ସୁଟିଂ ମୁମ୍ବାଇରେ ହେବ ବୋଲି ଜଣାପଡ଼ିଛି । ଫିଲ୍ମଟି ଚଳିତ ବର୍ଷ ଶେଷ ସୁଦ୍ଧା ପରଦା ଉପରକୁ ଆସିବାର ଯୋଜନା ରହିଛି ।

ଅନନ୍ୟା ବର୍ତ୍ତମାନ ନିର୍ଦ୍ଦେଶକ ମୁଦତ୍‍ସର ଅଜିଜ୍‍ଙ୍କ ‘ପତି ପତ୍ନୀ ଔର ୱ-୨’ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏଥିରେ ଅନ୍ୟନ୍ୟାଙ୍କ ବ୍ୟତୀତ କାର୍ତ୍ତିକ ଓ ଭୂମି ପାଡନେକରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମଟିର ପ୍ରଯୋଜନା ଦାୟିତ୍ୱ ତୁଲାଉଛନ୍ତି ଭୂଷଣ କୁମାର ।

କହିରଖୁଛୁ  ଯେ, ୧୯୭୮ରେ ନିର୍ମିତ ସୁପରହିଟ୍‍ ଫିଲ୍ମ ‘ପତି ପତ୍ନୀ ଔର ୱ’ରେ ମୁଖ୍ୟ ଭୂମିକାରେ ସଞ୍ଜୀବ କୁମାର, ବିଦ୍ୟା ସିହ୍ନା, ରଞ୍ଜୀତା କୌର ପ୍ରମୁଖ ଅଭିନୟ କରିଥିଲେ । ଅପର ପକ୍ଷରେ ଈଶାନ୍‍ ଖଟ୍ଟର୍‍ ଭାଇ ଶାହିଦ୍‍ଙ୍କ ସହ ‘ନୀରଜା’ ଫିଲ୍ମର ନିର୍ଦ୍ଦେଶକ ରାମ ମାଧବନଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଏକାଠି କାମ କରିବେ । ଅନନ୍ୟା କରନ୍‍ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‍ ହୋଇଥିଲେ ମଧ୍ୟ ଅନନ୍ୟାଙ୍କୁ ବଲିଉଡରୁ ଅନେକ ଅଫର ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More