Only for Entertainment

୧୩ ବର୍ଷ ପୂର୍ବରୁ ଶାହିଦଙ୍କ ଫିଲ୍ମରେ କାମ କରି ସାରିଛନ୍ତି ଈଶାନ ଖଟ୍ଟର ଏବଂ ରାଧିକା ଆପ୍ତେ ।ଭାଇରାଲ ହେଉଛି ଭିଡ଼ିଓ ।

amarujala
0 49

ବଲିଉଡ ଆକ୍ଟର ଶାହିଦ କପୁରଙ୍କ ଫିଲ୍ମର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାର କାରଣ ହେଉଛନ୍ତି ଶାହିଦଙ୍କ ସାନ ଭାଇ ଇଶାନ,ଯିଏ ଧଡ଼କରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ତେବେ ଆପଣ ଭାବୁଥିବେଯେ ଧଡ଼କ ହେଉଛି ଈଶାନଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ,କିନ୍ତୁ ଏହା ଆପଣଙ୍କର ଭୁଲ ଧାରଣା । କାରଣ ଏହା ତାଙ୍କର ଡେବ୍ୟୁ ଫିଲ୍ମ ନୁହେଁ ବରଂ ସେ ଏହା ପୂର୍ବରୁ ‘ବାହ ଲାଇଫ ହୋ ତୋ ଐସି’ରେ ନଜର ଆସି ସାରିଛନ୍ତି । ଏହି ଫିଲ୍ମରେ ସଂଜୟ ଦତ୍ତ ଏବଂ ଅମୃତା ରାଓ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ପ୍ରାୟ ୧୩ ବର୍ଷ ପୂର୍ବରୁ ଏହି ଫିଲ୍ମରେ କୁନି କଳାକାର ଚରିତ୍ରରେ ନଜର ଆସିଥିଲେ ।

ଏହି ଭିଡ଼ିଓ ଭାଇରାଲ ହେବାର ଅନ୍ୟ ଏକ କାରଣ ରହିଛି । ସେ ହେଉଛନ୍ତି ରାଧିକା ଆପ୍ତେ । ସେହି ସମୟରେ ଯଦିଓ ଲୋକ ତାଙ୍କୁ ଜାଣିନଥିଲେ ତଥାପି ଆଜି ସେ ଜଣେ ଆଗ ଧାଡ଼ିର ନାୟିକା । ବଲିଉଡରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ଫିଲ୍ମ ପର୍ଯ୍ୟନ୍ତ ସେ ପରିଚିତ ହୋଇ ସାରିଛନ୍ତି । ଫିଲ୍ମର କ୍ଲିପ୍ସକୁ ଦେଖିଲେ ଆପଣ ତାଙ୍କୁ ତତକ୍ଷଣାତ ଚିହ୍ନିପାରିବେ । ଭିଡ଼ିଓ ସେୟାରିଙ୍ଗ ସାଇଟ ବଲି କିକ ଏହି ଭିଡ଼ିଓକୁ ସେୟାର କରିଛନ୍ତି । ୨୦ ଜୁଲାଇକୁ ଈଶାନଙ୍କ ଫିଲ୍ମ ଧଡ଼କ ରିଲିଜ ହେବାକୁ ଯାଉଛି ।

radhika apte

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More