Only for Entertainment

ଆକାର ପାଇଁ ଏହି ଦେଶରେ ସିଙ୍ଗଡାକୁ କରାଯାଇଛି ବ୍ୟାନ !

Cooktube
20

ବିଶ୍ୱର ବିଭିନ୍ନ ଦେଶର ଲୋକଙ୍କର ଖାଦ୍ୟ ରୁଚି ବେଶ ଭିନ୍ନ । ଭାରତୀୟ ବ୍ୟଞ୍ଜନକୁ ମଧ୍ୟ ବିଭିନ୍ନ ଦେଶରେ ପସନ୍ଦ କରାଯାଏ । ହେଲେ ଏହି ବ୍ୟଞ୍ଜନର ଆକାରକୁ ନେଇ ବିବାଦ ଉଠିବା ଏବଂ ପରେ ସରକାର ଦେଶରେ ଭାରତର ଏହି ସ୍ୱାଦିଷ୍ଟ ବ୍ୟଞ୍ଜନକୁ ବନ୍ଦ କରିବା ନିଶ୍ଚିତ ଆଶ୍ଚର୍ଯ୍ୟର ବିଷୟ ।

samosa

ସୋମାଲିଆରେ ଏହିଭଳି ଏକ ଘଟଣା ୨୦୧୧  ମସିହାରେ ଘଟିଥିଲା । ଭାରତରେ ସିଙ୍ଗଡା ଓ ଚା’ ସମସ୍ତଙ୍କର ବେଶ ପସନ୍ଦ । ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଥିବା ଛୋଟ ଦୋକାନରେ ମଧ୍ୟ ଏହା ମିଳିଥାଏ । ମାତ୍ର ସୋମାଲିଆରେ ଏହାକୁ ନିଷିଦ୍ଧ କରାଯାଇଛି । ଆଉ ଏହା ପଛର କାରଣ ହେଉଛି ସିଙ୍ଗଡାର ଆକାର । ପୂର୍ବରୁ ସୋମାଲିଆରେ ସିଙ୍ଗଡା ବିକ୍ରି ଉପରେ କଟକଣା ନଥିଲା । ମାତ୍ର ପରେ କିଛି ଧର୍ମର ଲୋକେ ସିଙ୍ଗଡାର ଆକାରକୁ ନେଇ ଅଭିଯୋଗ ଆଣିଥିଲେ । ବିବାଦ ଜୋର ଧରିବାରୁ ଘଟଣାରେ ହସ୍ତକ୍ଷେପ କରିଥିଲେ ସରକାର । ଆଉ ପରେ ଏହାକୁ ଦେଶରେ ନିଷିଦ୍ଧ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More