Only for Entertainment

ପେଟ୍ରୋଲକୁ ଗଙ୍ଗା ଜଳ କହି ସିନେମା ହଲ ଜଳାଇବାର ଧମକ ଦେଲେ ରାଜପୁତ ନେତା

youtube
0 46

ସଂଜୟ ଲୀଲା ବଂଲାଲୀଙ୍କ ଫିଲ୍ମ ପଦ୍ମାବତୀ ଏକ ଜାତୀୟ ବିବାଦ ଭାବରେ ମୁଣ୍ଡ ଟେକିବା ପରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଏଥିପାଇଁ ଯେ କେବଳ ଫିଲ୍ମ ପଦ୍ୱାବତୀର ତାରକା ମାନଙ୍କ ଜୀବନ ପିପଦରେ ପଡ଼ିନଥିଲା ବରଂ ସେମାନଙ୍କ ସପକ୍ଷରେ ଥିବା ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଧମକର ଶିକାର ହୋଇଥିଲେ । ଫିଲ୍ମଟି ଡିସେମ୍ବରରେ ରିଲିଜ ହେବାକୁ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ବିବାଦ ଯୋଗୁଁ ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖା ଯାଇଥିଲା । ତେବେ ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।

ଖବର ମୁତାବକ କିଛି ମାତ୍ରାରେ ବିବାଦ କମିବା ପରେ ଫିଲ୍ମ ପଦ୍ମାବତୀ ୨୬ ଜାନୁୟାରୀକୁ ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନର ସୂଚନା ଅନୁସାରେ ଫିଲ୍ମର ଡେଟକୁ ପରିବର୍ତ୍ତନ କରାଯାଇଛି । ଫିଲ୍ମ ୨୬ ଜାନୁୟାରୀ ପରିବର୍ତ୍ତେ ୨୫ ଜାନୁୟାରୀକୁ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ ରିଲିଜ ଡେଟକୁ ନେଇ ଏପର୍ଯ୍ୟନ୍ତ କୌଣସି ସୁନିଶ୍ଚିତ ଖବର ଆସିନାହିଁ ।

ରାଜସ୍ଥାନ ବିଜେପି ମୁଖ୍ୟ ଅଶୋକ ପରନାମିଙ୍କ କହିବା ଅନୁସାରେ ଯଦି ସେନ୍ସର ବୋର୍ଡ଼ କ୍ଲିୟରାନ୍ସ ପ୍ରମାଣପତ୍ର ଦେଇସାରିଛନ୍ତି ତେବେ ଫିଲ୍ମରେ ଥିବା ଆପତ୍ତିଜନକ ଦୃଶ୍ୟକୁ ବାଦ ଦେବାକୁ ପଡ଼ିବ । ଯଦି ଏଭଳି ହୋଇସାରିଛି ତେବେ କୌଣସି ଅସୁବିଧା ନାହିଁ, ଯଦି ହୋଇନାହିଁ ତେବେ ଏହାକୁ ସହ୍ୟ କରାଯିବ ନାହିଁ । ଏହା ସହିତ ରାଜସ୍ଥାନର ଗୃହମନ୍ତ୍ରୀଙ୍କ କହିବା ଅନୁସାରେ ସେଠାରେ ଫିଲ୍ମ ଚାଲିପାରିବ ନାହିଁ । ରାଜସ୍ଥାନରେ ଫିଲ୍ମ ବ୍ୟାନ ହୋଇଥିବା କଥାକୁ ସେ ସ୍ପଷ୍ଟ କରିଛନ୍ତି । ତେବେ ବିବାଦ ପରେ ଫିଲ୍ମର ନାମକୁ ପରିବର୍ତ୍ତନ କରି ପଦ୍ମାବତ ରଖାଯାଇଛି ।

ଗୋଟିଏ ପକ୍ଷରେ ଫିଲ୍ମକୁ ରିଲିଜ ହେବାକୁ ଦେବେନାହିଁ ବୋଲି କରଣୀ ସେନା ଧମକ ଦେଇଛନ୍ତି । ଅନ୍ୟପକ୍ଷରେ ରାଜପୁତ ନେତା ସୁଖ ଦେବ ସିଂ ଗୋଗାମେଡ଼ିଙ୍କ କହିବା ଅନୁସାରେ ଯଦି କେବଳ ନାମ ପରିବର୍ତ୍ତନରେ ସମସ୍ତ ପରିବର୍ତ୍ତନ ଆସିଯିବ ତେବେ ପେଟ୍ରୋଲର ନାମକୁ ପରିବର୍ତ୍ତନ କରି ଗଙ୍ଗାଜଳ ରଖାଯିବ ଏବଂ ଏହି ଗଙ୍ଗାଜଳକୁ ସିନେମା ଘରେ ଛିଂଚି ନିଆଁ ଲଗାଯିବ । ସେ ଏହା ମଧ୍ୟ କହିଛନ୍ତିଯେ ଯେଉଁ ହଲରେ ଫିଲ୍ମ ରିଲିଜ କରାଯିବ ସେହି ହଲ ଜଳିବ । ଖବର ମୁତାବକ ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ୟାଡମ୍ୟାନ ମଧ୍ୟ ୨୫ ଜାନୁୟାରୀକୁ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More