Only for Entertainment

ଭାଇଜାନଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଧମକ । ଜାଣନ୍ତୁ କାହିଁକି

india today
0 45

ଭାଇଜାନ ସଲମାନ ଖାନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ କିନ୍ତୁ ଅନ୍ୟ ଏକ ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ଭାଇଜାନ । ଖବର ଅନୁସାରେ, ୧୯୯୮ କୃଷ୍ଣସାର ମୃଗ ଶିକାର ମାମଲାରେ ଶୁକ୍ରବାର ଯୋଧପୁର କୋର୍ଟରେ ହାଜର ହୋଇଥିଲେ ଅଭିନେତା ସଲମାନ ଖାନ । ଏହି ଅବସରରେ କୋର୍ଟ ପରିସରରେ ସଲମାନଙ୍କୁ ମିଳିଛି ଗ୍ୟାଙ୍ଗଷ୍ଟରଙ୍କ ଧମକ ।

ଏହି ଗ୍ୟାଙ୍ଗଷ୍ଟାର ବ୍ୟକ୍ତିଙ୍କ ନାମ ଲରେନ୍ସ ବିଷ୍ଣୋଇ । ତେବେ ଗ୍ୟାଙ୍ଗଷ୍ଟାର ଲରେନ୍ସ ଖୋଲାଖୋଲି ଭାବେ ଭାଇଜାନଙ୍କୁ କୋର୍ଟ ପରିସରରେ ଧମକ ଦେଇଛନ୍ତି । ତେବେ ଲରେନ୍ସ କିଭଳି ଧମକ ଦେଇଛନ୍ତି, ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସଲମାନ କୋର୍ଟରେ ହାଜର ହେବା ବେଳେ ଅନ୍ୟ ଏକ ମାମଲାରେ ଲରେନ୍ସଙ୍କୁ ମଧ୍ୟ ହାଜର କରାଯାଇଥିଲା । ତାଙ୍କ ବିରୋଧରେ ଶୁଣାଣି ଚାଲିଥିବା ବେଳେ କୋର୍ଟ ଅଦାଲତ ଭିତରେ ସଲମାନ ମଧ୍ୟ ଉପସ୍ଥିତ ଥିଲେ । ତେବେ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥାଇ ବି ସଲମାନଙ୍କୁ ସେ ଧମକ ଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସୁରଜ ବଡ଼ତିଆଙ୍କ ‘ହମ ସାଥ୍ ସାଥ୍ ହୈ’ ଫିଲ୍ମର ସୁଟିଂ ବେଳେ ସହ କଳାକାରଙ୍କ ସାଙ୍ଗରେ ମିଶି ସଲମାନ କୃଷ୍ଣକାୟ ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ମୃଗ ଶିକାର ଉପରେ କଟକଣା ଲାଗିଥିବା ବେଳେ ଏହା ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମସ୍ତଙ୍କୁ କୋର୍ଟର କାଠଗଡାକୁ ଟଣାଯାଇଥିଲା । ସେପ୍ଟେମ୍ବର ୧୩ରୁ ମାମଲାର ଚୂଡାନ୍ତ ଶୁଣାଣି ଆରମ୍ଭ ହୋଇଛି । ତେବେ ଗତ ଶୁକ୍ରବାର କ୍ରମାଗତ ଦ୍ୱିତୀୟ ଦିନ ସଲମାନଙ୍କ କୋର୍ଟରେ ହାଜର ହୋଇଥିଲେ ।
ଣକ୍ଟଙ୍କ ଜ୍ଞବଚ୍ଚ ବକ୍ଷଗ୍ଦକ୍ଟ କ୍ଷସଳର

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More