Only for Entertainment

ରିଲିଜ ହେଲା ଶାନଙ୍କ ମ୍ୟୁଜିକ୍ ଭିଡିଓ ‘ଇଟ୍ସ ନ୍ୟାଚୁରାଲ୍’ !

28

ମୁକ୍ତିଲାଭ କଲା ଶାନଙ୍କ ମ୍ୟୁଜିକ୍ ଭିଡିଓ ‘ଇଟ୍ସ ନ୍ୟାଚୁରାଲ୍’ । ଗୀତଟି ୟୁଟୁବରେ ରିଲିଜ୍ ହୋଇଛି । ଶାନଙ୍କ ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି ଏହି ଗୀତଟି । ଗୀତରେ ଶୁଣିବାକୁ ମିଳିଛି ଶାନଙ୍କ ଜବରଦସ୍ତ ଗାୟିକି । ଏହି ମସ୍ତ ରୋମାଂଟିକ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ନିଜେ ଶାନ୍ । ଏହାସହ ଗୀତର ଲିରିକ୍ସ ମଧ୍ୟ ଦେଇଛନ୍ତି ଶାନ୍ । ଖାସ୍ କଥା ହେଲେ ମୁକ୍ତିଲାଭ କରିଥିବା ଏହି ମ୍ୟୁଜିକ୍ ଭିଡିଓରେ ଶାନଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି ।

ତେବେ ଶାନଙ୍କ ସହ ଏହି ରୋମାଂଟିକ୍ ଗୀତରେ ନଜର ଆସିଛନ୍ତି ମାଇରା ସରିନ୍, ଶାହିରା, ଏବଂ ଚିରାଗ୍ ବଜାଜ୍ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଅନେକ ଦିନ ପରେ ଶାନଙ୍କ ଜବରଦସ୍ତ ଗାୟିକି ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More