Only for Entertainment

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ! ଇଦ୍ ୨୦୨୦ରେ ହିଁ ରିଲିଜ ହେବ ସଲମାନ ଖାନ-ଆଲିଆ ଭଟ୍ଟ ଷ୍ଟାରର ଫିଲ୍ମ ‘ଇନସାଅହ୍ଲା’

ibtimes
31

ଭାରତ ରିଲିଜ୍ ପରେ ପୁଣିଥରେ ନିଜ ଫ୍ୟାନ୍ ମାନଙ୍କୁ ଖୁସି ଖବର ଦେଇଛନ୍ତି ସଲମାନ୍ । ଆସନ୍ତା ବର୍ଷ ଇଦ୍ ପାଇଁ ନିଜ ଫିଳ୍ମର ଘୋଷଣା କରିଛନ୍ତି ଅଭିନେତା ସଲମାନ ଖାନ । ଆଜ୍ଞା ହଁ, ଆସନ୍ତା ବର୍ଷ ଇଦରେ ହିଁ ଆସିବ ସଲମାନଙ୍କ ଫିଲ୍ମ ‘ଇନସାଅହ୍ଲା’ । ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଆଲିଆ ଭଟ୍ଟ ।

ଫିଲ୍ମର ନିର୍ଦ୍ଦେଶନା ଦେବେ ସଂଜୟ ଲୀଲା ଭଂଶାଲୀ । ଆଲିଆ ଏହି ଘୋଷଣାକୁ ନେଇ ଖୁବ ଭାବ ବିହ୍ୱଳ ହୋଇ ପଡିଛନ୍ତି । ତେବେ ଏହି ସିନେମାଟି ସବୁ ଦୃଷ୍ଟିରୁ ବେଶ ଖାସ୍ ରହିବ । କାରଣ ଏହି ସିନେମା ଜରିଆରେ ସଂଜୟ ଲୀଲା ଭଂଶାଲି ଓ ସଲମାନ୍ ଅନେକ ବର୍ଷ ପରେ ଏକାଠି କାମ କରିବେ ।

କହିରଖୁଛୁ ଯେ, ଖବର ଅନୁସାରେ ସଂଜୟ ଲୀଲା ଭଂସାଲୀଙ୍କ ଏହି ଫିଲ୍ମର ସୁଟିଂ ହରିଦ୍ୱାର, ବାରଣାସୀ ଏବଂ ଋଷିକେଷରେ କରାଯିବ । ଏହା ସହିତ ୟୁଏଏସରେ ମଧ୍ୟ ଏହାର କିଛି ଅଂଶର ସୁଟିଂ କରାଯିବ । ସବୁଠାରୁ ବଡ କଥା ହେଉଛି ଯେ, ସଲମାନଙ୍କ ଏହି ଫିଲ୍ମ ଆଗାମୀ ବର୍ଷ ଇଦରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ କୁ ଟକ୍କର ଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More