Only for Entertainment

ମୁକ୍ତିଲାଭ କଲା ‘ଜାନ ସେ ଭି ଜ୍ୟାଦା’ର ଷ୍ଟୁଡିଓ ଭର୍ସନ ।

youtube
23

ଚର୍ଚ୍ଚାରେ ଆଗାମୀ ଓଡିଆ ଚଳଚ୍ଚିତ୍ର ‘ତୁ ମୋ ସୁନା ଚଢେଇ’ । ସିନେମାର ପୋଷ୍ଟ ପ୍ରଡକ୍ସନ କାମରେ ବ୍ୟସ୍ତ ମେକର୍ । ଚଳଚ୍ଚିତ୍ର ‘ତୁ ମୋ ସୁନା ଚଢେଇ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି, ଏଲ୍ସା ଓ ଶ୍ରେୟା । ଏବେ ଏହି ସିନେମାର ରୋମାଂଟିକ୍ ଗୀତ ‘ଜାନ୍ ସେ ଭି ଜ୍ୟାଦା’ର ଷ୍ଟୁଡିଓ ଭର୍ସନ ମୁକ୍ତିଲାଭ କରିଛି ।

ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସଙ୍କ ସଙ୍ଗୀତରେ ପ୍ରସ୍ତୁତ ହୋଇଛି ଏହି ରୋମାଂଟିକ୍ ଗୀତଟି । ଷ୍ଟୁଡିଓ ଭିତରେ ଗୀତ ରେକର୍ଡିଂ କରିବାରେ ନଜର ଆସିଛନ୍ତି କୌଶିକ୍ ଓ ଅର୍ପିତା । ଏହି ଫନି ଟ୍ରାକ୍ ଓଡିଶାର ସ୍ରୋତାଙ୍କୁ ପସନ୍ଦ ଆସବ ବୋଲି ଆଶା କରାଯାଉଛି । ଏଥିରେ ସ୍ଥାନ ପାଇଥିବା ସଙ୍ଗୀତ ଯେପରି ମସ୍ତି ଭରା ହୋଇଛି ସେହିପରି ଦମଦାର୍ ଲିରିକ୍ସ ରହିଛି ଏହି ଗୀତରେ । ଡକ୍ଟର୍ ନିର୍ମଳ ନାୟକଙ୍କ ଲିରିକ୍ସ ଏହି ଗୀତକୁ କରିଛି ଆହୁରି ଆକର୍ଷଣୀୟ । ଷ୍ଟୁଡିଓରେ ଗୀତ ରେକର୍ଡିଂ କରିବା ସମୟରେ ନଜର ଆସିଛନ୍ତି ନିର୍ଦ୍ଦେଶକ ଦୀଲିପ ପଣ୍ଡା । ଚଳଚ୍ଚିତ୍ର ତୁ ମୋ ସୁନା ଚଢେଇର ସୁଟିଂ ସରିଥିବାବେଳେ, ଏବେ ପୋଷ୍ଟ ପ୍ରଡକ୍ସନକାମରେ ବ୍ୟସ୍ତ ଅଛନ୍ତି ମେକର୍ । ଖୁବଶୀଘ୍ର ରିଲିଜ୍ ହେବ ଚଳଚ୍ଚିତ୍ର ତୁ ମୋ ସୁନା ଚଢେଇ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More