Only for Entertainment

ଆଉ ନାହାଁନ୍ତି କିଶୋର ପ୍ରଧାନ ।

Hindustan
39

ହିନ୍ଦୀ ଏବଂ ମରାଠୀ ସିନେ ଜଗତର ଜଣାଶୁଣା ବରିଷ୍ଠ ଅଭିନେତା କିଶୋର ପ୍ରଧାନଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। କିଶୋର ପ୍ରଧାନ ଥିଏଟର କଳାକାର ଭାବେ ବେଶ୍‌ ପରିଚିତ।

କିଶୋର ପ୍ରଧାନ ଇମତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ତଥା ଶାହିଦ୍‌ କପୁର-କରିନା କପୁରଙ୍କ ଅଭିନୀତ ଫିଲ୍ମ ‘ଜବ୍‌ ଉଇ ମେଟ୍‌’ ଏବଂ ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶିତ ‘ଲଗେ ରହୋ ମୁନ୍ନାଭାଇ’ରେ ବି ଅଭିନୟ କରିଥିଲେ। ‘ଜବ ଉଇ ମେଟ୍‌’ ସିନେମାରେ କିଶୋର ପ୍ରଧାନଙ୍କ ମୁହଁରେ ଥିବା ସଂଳାପ ‘ଅକେଲି ଲଡକି ଖୁଲି ହୁଇ ତିଜୋରି କି ତରହ ହୋତି ହେ’ବେଶ୍‌ ଚର୍ଚ୍ଚିତ ହୋଇଥିଲା। କିଶୋର ପ୍ରଧାନ ଶତାଧିକ ମରାଠୀ ନାଟକ ଓ ୧୮ଟି ଇଂରାଜି ନାଟକରେ ମଧ୍ୟ ଅଭିନୟ କରିଥିଲେ। ତେବେ କିଶୋର ପ୍ରଧାନଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି,ତାହା ସ୍ପଷ୍ଟ ହୋଇ ନାହିଁ। ମରାଠୀ ସିନେମା ‘ଶୁଭ ଲଗ୍ନ ସାବଧାନ୍‌’ ହେଉଛି କିଶୋର ପ୍ରଧାନଙ୍କ ଅଭିନୀତ ପ୍ରଥମ ଫିଲ୍ମ। ଆଜି ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଉଥିବାର ସୂଚନା ମିଳିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More