Only for Entertainment

ଜବରିୟାଁ ଯୋଡ଼ିର ନୂଆ ଗୀତ ରିଲିଜ, ଘୃଣା ମଧ୍ୟରେ ଏଭଳି ପ୍ରେମ କରୁଥିବାର ନଜର ଆସିଲେ ସିଦ୍ଧାର୍ଥ-ପରିଣୀତି

hindirush
36

ଫିଲ୍ମ ଜବରିୟାଁ ଯୋଡ଼ିର ନୂଆ ଗୀତ ଖ୍ୱାବଫରୋସି ୫ ଅଗଷ୍ଟକୁ ବା ଆଜି ରିଲିଜ ହୋଇ ସାରିଛି । ଗୀତରେ ସିଦ୍ଧାର୍ଥ ଏବଂ ପରିଣୀତିଙ୍କ ମଧ୍ୟରେ ଘୃଣା ପରେ ମଧ୍ୟ ଭଲପାଇବା ନଜର ଆସିଛି । ଦୁଇ ତାରକାଙ୍କ ଏହି ଫିଲ୍ମ ୯ ଅଗଷ୍ଟକୁ ରିଲିଜ ହେବାକୁ ଯାଉଛି । ତେବେ ଆଜି ରିଲିଜ ହୋଇଥିବା ଏହି ଗୀତ ପୂର୍ବରୁ ଅନ୍ୟ କେତେକ ଗୀତ ରିଲିଜ ହୋଇଛି, ଯାହାକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି ।

ଗୀତର ପ୍ରଥମ ଲାଇନରୁ ଜଣାପଡ଼ୁଛିଯେ ଆମେ ଦୁଇଜଣ କେହି କାହାର ନୁହେଁ ତଥାପି ଉଭୟଙ୍କ ପାଇଁ ଆମ ହୃଦୟ ସ୍ପନ୍ଦିତ ହେଉଛି । ଖାସ କଥା ହେଉଛି ସିଦ୍ଧାର୍ଥ ତାଙ୍କ ସାଙ୍ଗ ମାନଙ୍କ ସହିତ ମିଶି ପରିଣୀତିଙ୍କୁ ଉଠାଇ ନେଉଛନ୍ତି । କିନ୍ତୁ ପରିଣୀତି ବିରୋଧ ନ କରି ସହଜରେ ପଳାଉଛନ୍ତି ।

କହିରଖୁଛୁ ଗୀତକୁ ଗାଇଛନ୍ତି ସଚେତ ଟଣ୍ଡନ ଏବଂ ପରମ୍ପରା ଠାକୁର । ଗୀତରେ ଆକ୍ଟର ଅପାରଶକ୍ତି ମଧ୍ୟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More