Only for Entertainment

ରିଲିଜ ହେଲା “ଜବରିୟାଁଁ ଯୋଡ଼ି”

aajtak
27

ବଲିଉଡ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା, ପରିଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ “ଜବରିୟାଁଁ ଯୋଡ଼ି” ଅଗଷ୍ଟ ୯ ବା ଆଜି ସିନେମା ଘରେ ରିଲିଜ ହୋଇଛି । ଫିଲ୍ମର କାହାଣୀ ବିହାରରେ ହେଉଥିବା ପକଡବା ବିବାହ ପ୍ରଥା ଉପରେ ଆଧାରିତ । ଯେଉଁଥିରେ ସିଦ୍ଧାର୍ଥଙ୍କୁ ଏକ ଟପୋରି ଚରିତ୍ରରେ ଦେଖିବାର ସୁଯୋଗ ପାଇଛନ୍ତି ଦର୍ଶକ ।

କହିରଖୁଛୁ ଯେ , ଏହି ଦୁଇ ଯୋଡିଙ୍କୁ ଦିର୍ଘ ପାଂଚ ବର୍ଷ ପରେ ଆଉ ଥରେ ରୂପେଲି ପରଦାରେ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଦୁହିଁଙ୍କୁ ‘ହସି ତୋ ଫସି’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଫିଲ୍ମଟିକୁ ମଧ୍ୟ ଦର୍ଶକ ବେଶ୍ ଉପଭୋଗ କରିଥିଲେ । ଯାହା ୨୦୧୪ରେ ରିଲିଜ ହୋଇଥିଲା । ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ପ୍ରଥମ ଦିନରେ ପାଖାପାଖି ୪କୋଟି ୯୦ଲକ୍ଷ ଟଙ୍କା ରୋଜଗାର କରିଥିଲା ।

“ଜବରିଆ ଜୋଡି” ଫିଲ୍ମର ଟ୍ରେଲରକୁ ଭଲ ରେସପନ୍ସ ମିଳିଥିଲା ଏହି ଫିଲ୍ମର ଗୀତ ‘ଖଡକେ ଗ୍ଲାସୀ’ ଏବଂ ଜିଲା ହିଲେଲାକୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ଏଥିରେ ସିଦ୍ଧାର୍ଥଙ୍କ ବ୍ୟତିତ ଅପାରଶକ୍ତି ଖୁରାନା, ଜାବେଦ ଜାଫରି, ସଂଜୟ ମିଶ୍ରା, ନିରଜ ସୁଦଙ୍କ ଭଳି ଅନେକ କଳାକାରଙ୍କୁ ଦେଖିବାକୁ ମିଳିବ ।

ଜଣେ ୟୁଜରଙ୍କ କହିବା ଅନୁସାରେ ଫିଲ୍ମ ଖୁବ ସାନଦାର ହୋଇଛି ବା ବହୁ ଦିନ ପରେ ଏଭଳି ଏକ ଏଂଟରଟେନିଂ ଫିଲ୍ମ ଦେଖିବାକୁ ମିଳିଛି ।
ଏହି ଫିଲ୍ମ ବ୍ୟତିତ ସିଦ୍ଧାର୍ଥ ବିକ୍ରମ ବତ୍ତ୍ରାଙ୍କ ବାୟୋପିକ ‘ଶେରଶାହ’ ର ସୁଟିଂ ଆରମ୍ଭ କରିଛନ୍ତି । ପରିଣିତି ମଧ୍ୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହୱାଲଙ୍କ ବାୟୋପିକରେ ବ୍ୟସ୍ତ ଅଛନ୍ତି । ଏହା ଛଡା ସେ ଞଷର ଏସକ୍ସକ୍ଷ କ୍ଟଦ୍ଭ ଗ୍ଧଷର ଗ୍ଧକ୍ସବସଦ୍ଭ ଫିଲ୍ମରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More