Only for Entertainment

ଜ୍ୟାକି ଶ୍ରଫଙ୍କ ଖୁଲାସା : ଖୁବ ଶୀଘ୍ର ବିହାହ କରି ପାରନ୍ତି ଟାଇଗର-ଦିଶା !

indianexpress
43

ଟାଇଗର ଶ୍ରଫ ଓ ଦିଶା ପଟାନୀଙ୍କ ଅଫେୟାର ସଂପର୍କରେ ସଭିଁଙ୍କୁ ଜଣା । ଏହି ଦୁଇ ସେଲିବ୍ ଗତ କିଛି ବର୍ଷ ହେବ ପରସ୍ପରକୁ କରୁଛନ୍ତି ଡେଟ୍ । ଦୁଇଜଣ ଅନେକ ସମୟରେ ଏକା ସାଙ୍ଗରେ ଦେଖା ବି ଯାଆନ୍ତି । ହେଲେ କେବେ ବି ଓପନଲି ନିଜ ସମ୍ପର୍କ ବିଷୟରେ ଖୋଲିକି କହି ନାହାଁନ୍ତି ଏମାନେ କି ସମ୍ପର୍କ ଥିବା କଥାକୁ ମନା ମଧ୍ୟ କରି ନାହାଁନ୍ତି । ଫ୍ରେଣ୍ଡସିପର ନାମ ନେଇ ଏହି ଯୋଡି ପ୍ରାୟ ସବୁ ସମୟରେ ଏକାଠି ନଜର ଆସିଥାନ୍ତି । ହେଲେ ଏବେ ଲାଗୁଛି ଏମାନଙ୍କ ସମ୍ପର୍କରେ ଏବେ ମୋହର ଲାଗିବାକୁ ଯାଉଛି । ବୋଧହୁଏ ଏହି ମୋହର ବିବାହର ।

tiger_disha_0

ଆଜ୍ଞା ହଁ, ଆଗାମୀ ଭବିଷ୍ୟତରେ ଏହି ଯୋଡି ବିବାହ କରିପାରନ୍ତି । ଆଉ ଏକଥା ସ୍ପଷ୍ଟ କରିଛନ୍ତି ଟାଇଗର୍ଙ୍କ ବାପା ଜ୍ୟାକି ଶ୍ରଫ୍ । ମୁମ୍ବାଇ ମିରରକୁ ଦେଇଥିବା ଏକ ଇଂଟରଭ୍ୟୁରେ ଜ୍ୟାକି ଶ୍ରଫ୍ ନିଜ ପୁଅ ଟାଇଗର୍ ଓ ଦିଶାଙ୍କ ସମ୍ପର୍କ ବିଷୟରେ ଖୋଲିକି କହିଛନ୍ତି । ଜ୍ୟାକି ଶ୍ରଫ୍ କହିଛନ୍ତି – ଏହା ଖୁସିର କଥା ମୋ ପୁଅ ୨୫ ବର୍ଷରେ ନିଜ ପାଇଁ ଭଲ ବାନ୍ଧବୀ ଟିଏ ଖୋଜି ପାଇଛି । ଦିଶା ଜଣେ ଭଲ ଓ ଡିସିପ୍ଲିନ୍ଡ ଝିଅ । କିଏ ଜାଣିଲା ଆଗାମୀ ଭବିଷ୍ୟତରେ ଏମାନେ ବିବାହ ବି କରି ପାରନ୍ତି ।

tiger-shroff-disha-patani

ମିଡିଆ ଆଗରେ ସବୁବେଳେ ନିଜ ସମ୍ପର୍କ ଉପରେ ଚୁପ୍ ରହିଥିବା ଟାଇଗର୍ ଓ ଦିଶା ନିକଟରେ ଏନଗେଜଡ୍ ହୋଇଥିବା ବି ଚର୍ଚ୍ଚା ହେଉଛି । ୧୪ ଫେବୃୟାରୀ ଭାଲେନଟାଇନ୍ ଡେ’ରେ ଟାଇଗର୍ ଏକ ଫଟୋ ସେୟାର୍ କରି ଲେଖିଲେ – ଆଇ ଆମ୍ ଟେକେନ୍ । ଠିକ୍ ସେହି ପୋଜରେ ଦିଶା ମଧ୍ୟ ଏକ ଫଟୋ ସେୟାର୍ କରି ଲେଖିଲେ – କିଏ ଜଣେ ପ୍ରଶ୍ନ କଲେ ଆଉ ମୁଁ ହଁ କହିଲି । ଦୁହିଁଙ୍କ ଏଭଳି ପୋଷ୍ଟ ହିଂଟ୍ ଦେଉଛି ଯେ, ଏମାନେ ଏବେ ଏନଗେଜଡ୍ ହୋଇ ସାରିଛନ୍ତି । ଆଉ ବିବାହ ବି କରିପାରନ୍ତି । ଟାଇଗର ଓ ଦିଶା ଗତ ତିନି ବର୍ଷ ହେବ ଡେଟ୍ କରୁଛନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ ବିବାହ କରୁଛନ୍ତି ଟାଇଗର୍ ଓ ଦିଶା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More